ହେଡଲାଇନସ୍:

କପିଳ ଶର୍ମା ସୋ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଭାରତୀୟ ହକି ଦଳର ଅଲିମ୍ପିକରେ ଚମତ୍କାର ପ୍ରଦର୍ଶନ ଦେଶବାସୀଙ୍କୁ ଖୁସି କରାଇଥିବା ବେଳେ ଭାରତୀୟ ପୁରୁଷ ହକି ଟିମ ପଦକ ବିଜୟୀ ହୋଇ ସରାଦେଶକୁ ଗର୍ବିତ କରିଛି । ସେମାନଙ୍କ ସଫଳତା ପାଇଁ ଖେଳାଳିମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋଚିତ ସହଯୋଗକୁ ପ୍ରମୁଖ ଶ୍ରେୟ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ଭାରତୀୟ ହକି ଦଳଙ୍କ ସମ୍ମାନାର୍ଥେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଚାଲିଥିବା ବେଳର ଓଡିଶା ସରକାରଙ୍କ ତରଫରୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ଆଜି ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଦି କପିଲ ଶର୍ମା ଶୋ ମଧ୍ୟ ଭାରତୀୟ ହକି ଖେଳାଳିଙ୍କ ସମ୍ବର୍ଦ୍ଧନାରେ ସ୍ୱତନ୍ତ୍ର ଏପିସୋଡ଼ ପ୍ରସାରିତ କରିବାକୁ ଯାଉଛନ୍ତି । ଯେଉଁଥିରେ ଖେଳାଳିମାନଙ୍କ ସହ କଥା ହେବେ କପିଲ ଶର୍ମା । ଏହି କାର୍ଯ୍ୟକ୍ରମରେ ମଧ୍ୟ କପିଲ ଶର୍ମା ସୋ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାମିଲ କରାଯାଇଛି , ଏହି ଐତିହାସିକ ସଫଳତାରେ ତାଙ୍କର ପ୍ରମୁଖ ଅବଦାନ ପାଇଁ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳିମାନଙ୍କୁ ପୁଣି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତୀୟ ହକି ଦଳର ପ୍ରଯୋଜକ ସହାରା 2018 ମସିହାରେ ହକି ଟିମ୍ ପ୍ରଯୋଜକ ଦାୟିତ୍ବରୁ ଓହରିଯିବା ପରେ ଯେତେବେଳେ ଅନ୍ୟକେହି ସହଯୋଗର ହାତ ବଢ଼ାଇନଥିଲେ, ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼ାଇଥିଲେ ସହାୟତାର ହାତ । ପାଞ୍ଚବର୍ଷ ପାଇଁ ପ୍ରଯୋଜକ ସାଜିବାର ଦେଇଥିଲେ ନିର୍ଭର ପ୍ରତିଶ୍ରୁତି। ଆଉ ସେ ସହାୟତା ବଢାଇଥିଲା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ମନୋବଳ ।ଆଉ ଯାହାର ସୁଫଳ ଦେଖିବାକୁ ମିଳିଥିଲା ଟୋକିଓ ଅଲିମ୍ପିକରେ । ଭାରତୀୟ ହକି ଦଳ କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧନା ଦେବା ଅବସରରେ ଓଡିଶା ଆଉ 10ବର୍ଷ ପ୍ରଯୋଜକ ହେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

0
0
0
s2sdefault