ହେଡଲାଇନସ୍:

କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ

ଭୁବନେଶ୍ୱର,: କିଟ୍‍ ଓ କିସ୍‍ ପକ୍ଷରୁ ଏହାର ୩ ଛାତ୍ରଛାତ୍ରୀ ତଥା ଅଲିମ୍ପିଆନ୍‍ଙ୍କୁ ଶନିବାର କିଟ୍‍ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ନିକଟରେ ଟୋକିଓ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରି ସେମାନେ ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ଆଜି କିଟ୍‍ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଓଡ଼ିଶା ହକି ପ୍ରମୋସନାଲ୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ହକି ତାରକା ଦିଲିପ୍‍ ତିର୍କୀ ଓ ସମ୍ମାନୀୟ ଅତିଥି ଭାବେ ଭାରତୀୟ ରଗ୍‍ବୀ ବୋର୍ଡ ସଦସ୍ୟ ତଥା ବଲିଉଡ ନିଦେ୍ର୍ଧଶକ ଓ କଳାକାର ରାହୁଲ ବୋଷ ଏବଂ କିଟ୍‍-କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ଦ୍ରୁତ ଧାବିକା ତଥା କିଟ୍‍ ଛାତ୍ରୀ ଦୂତି ଚାନ୍ଦ, ଅସି ଚାଳକ ସି ଏ ଭବାନୀ ଦେବୀ ଓ ଜାଭେଲିନ୍‍ ଥ୍ରୋ ଖେଳାଳି ଶିବପାଲ୍‍ ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଅଲିମ୍ପିଆନ୍‍ ତଥା ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ୍‍ ରୋହିଦାସ, ଦୀପ ଗ୍ରେସ୍‍ ଏକ୍‍କା ଓ ନମିତା ଟପ୍ପୋଙ୍କୁ ଅଲିମ୍ପିକ୍‍ସରେ ସେମାନଙ୍କ ସଫଳତା ପାଇଁ ପୁଷ୍ପଗୁଚ୍ଛ ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ୭ଜଣ ଅଲିମ୍ପିଆନ୍‍ଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହା ସହିତ ଭାରତୀୟ କୋଚ୍‍ ଅମୂଲ୍ୟ ନନ୍ଦ ବିହାରୀ, ରାଜୁ ସାହାଣୀ ଓ ବିଜୟ ଲାକ୍ରା ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସୂଚନା ଦେଇ କହିଲେ, ଦୂତି, ଭବାନୀ ଦେବୀ ଓ ଶିବ୍‍ପାଲ୍‍ଙ୍କୁ ପରବର୍ତ୍ତୀ ଅଲିମ୍ପିକ୍‍ ପର୍ଯ୍ୟନ୍ତ ସମସ୍ତ ସହାୟତା ଓ ପ୍ରୋତ୍ସାହନ ପୂର୍ବପରି ଜାରି ରହିବ । ଶ୍ରୀ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ଶିକ୍ଷା ସହ କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସିଛି । ନିରନ୍ତର ପ୍ରଚେଷ୍ଟା, ଉପଯୁକ୍ତ ତାଲିମ୍‍ ଓ ପ୍ରଶିକ୍ଷଣ, ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେଇ କିଟ୍‍ ଆନ୍ତର୍ଜାତିକସ୍ତରର କ୍ରୀଡ଼ାବିତ୍‍ ସୃଷ୍ଟି କରି ଚାଲିଛି । ଇତି ମଧ୍ୟରେ କିଟ୍‍ ଓ କିସ୍‍ରୁ ଅଲିମ୍ପିଆନ୍‍ଙ୍କ ସମେତ ୫ହଜାରରୁ ଉର୍ଧ୍ଵ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇସାରିଲେଣି । ଏବେ କିଟ୍‍ ଓ କିସ୍‍ରେ ଅଲିମ୍ପିଆନ୍‍ ତଥା ହକି ଖେଳାଳି ସୁନିତା ଲାକ୍ରା ଓ ଲିଲିମା ମିଞ୍ଜ ଉଚ୍ଚଶିକ୍ଷା ଲାଭ କରୁଥିବା ବେଳେ ଆନ୍ତର୍ଜାତିକ ହକି ଖେଳାଳି ଦିପ୍‍ସାନ୍‍ ତିର୍କୀ, ସରିତା ହନୁମାନ, ଆନ୍ତର୍ଜାତିକ ହକି ଖେଳାଳି ଷ୍ଟାନ୍‍ଲି ଭିକ୍ଟର ମିଞ୍ଜ, ଆନ୍ତର୍ଜାତିକ ଆଥଲେଟ୍‍ (୮୦୦ ମିଟର) ନମିତା କୋବାଟ, ଜାତୀୟ ଆଥଲେଟ୍‍ (ଜାଭେଲିନ୍‍ ଥ୍ରୋ) ଦୋମନ୍ତି ମୁରମୁର୍‍ ମଧ୍ୟ ଏଠାରେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault