ହେଡଲାଇନସ୍:

ପୁଣି ଡାଲମିଆ ସିମେଣ୍ଟ ଭାରତର ଖଣି ସଂପ୍ରସାରଣ ଜନ ଶୁଣାଣୀ ସଂମ୍ପୂର୍ଣ୍ଣ ବିଫଳ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • ଲୋକଙ୍କ ପ୍ରଶ୍ନରେ କମ୍ପାନୀ ପ୍ରଶାସନ ଘାଏଲ

  • ଅଞ୍ଚଳର ବିକାଶ ନାହିଁତ କମ୍ପାନୀ କାହା ପାଇଁ

  • ସରଳ ଆଦିବାସୀଙ୍କ ସରଳତାର ସୁଯୋଗ ନେଉଛି କମ୍ପାନୀ

  • ଆଦିବାସୀଙ୍କ ଉପରେ କମ୍ପାନୀର ରାଜ ଆଉ କେତେ ଦିନ ?

ସମ୍ବଲପୁର-ରାଜଗାଙ୍ଗପୁର/ରମାକାନ୍ତ ବିଶ୍ବାଳ-ସରୋଜ କୁମାର ମିଶ୍ର :ପୂର୍ବରୁ ଓସିଏଲ ଓ ବର୍ତ୍ତମାନ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କାରଖାନାର ଖଣି ସମ୍ପ୍ରସାରଣ ପାଇଁ 717.10 ଏକର ରୟତ ଜମି ଅଧିଗ୍ରହଣ ପାଇଁ ଗତ 23 ତାରିଖ କୁକୁଡା ଗ୍ରାମ ପଞ୍ଚାୟତରେ ହେବାକୁଥିବା ଜନ ଶୁଣାଣି ସଂପୂର୍ଣ୍ଣ ବିରୋଧ ହେବା ପରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଶାରେ ଆଜି କେଶେରାମାଲ ଗ୍ରାମ ପଞ୍ଚାୟତ ଠାରେ ଓ ଝାଗରପୁର ଠାରେ ହେବାକୁଥିବା ଜନ ଶୁଣାଣି ମଧ୍ୟ ସଂମ୍ପୂର୍ଣ୍ଣ ବିଫଳ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳର ଅଧିବାସୀମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି କମ୍ପାନୀ ତଥା ପ୍ରଶାସନର କୌଣସି ଅଧିକାରୀଙ୍କୁ ଗାଁ ଭିତରକୁ ପଶି ଦେଇନଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ ଓସିଏଲ ଡାଲମିଆ ସିମେଣ୍ଟ ଭାରତ 50 ବର୍ଷ ଭିତରେ ଅଞ୍ଚଳର କୌଣସି ପ୍ରକାର ବିକାଶ କରି ନାହଁ କି ଅଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମଧ୍ୟ ଦେଇ ନାହଁ। ଯାହା ଫଳରେ କମ୍ପାନୀ ପକ୍ଷରୁ ଖଣି ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ସମୟରେ ଲୋକଙ୍କ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷରୁ ସ୍ପଷ୍ଟ ଜଣାପଡୁଥିଲା। ଜନସାଧାରଣଙ୍କ ବିରୋଧକୁ ରାଜଗାଙ୍ଗପୁର ବିଧାୟକ ଡ.ସି.ଏସ.ରାଜେନ ଏକ୍କା ମଧ୍ୟ ସଂମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଆଦିବାସୀମାନଙ୍କ ଏବଂ ଅଞ୍ଚଳର ବିକାଶ ନହେଲେ ଓସିଏଲକୁ କୌଣସି ଗାଁକୁ ପଶିବାକୁ ଦିଆଯିବ ନାହିଁ ବୋଲି ଦୃଢତାର ସହ ପ୍ରକାଶ କରିଥିଲେ। ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପକ୍ଷରୁ କରାଯାଇଥିବା ଚାରୋଟିଯାକ ଜନ ଶୁଣାଣି ସଂମ୍ପୂର୍ଣ୍ଣ ଭାଭରେ ବିଫଳ ହୋଇଛି। କୌଣସି ପଞ୍ଚାୟତର ଜନସାଧାରଣ ପ୍ରଶାସନିକ ଅଧିକାରୀଙ୍କ ସହିତ କୌଣସି ପ୍ରକାର କଥାବାର୍ତ୍ତା ହେବା ପାଇଁ ରାଜି ହୋଇନଥିଲେ। ଏହି ଜନଶୁଣାଣୀରେ ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍ଡ଼ିପିଓ ଡାକ୍ତର ଶଶାଙ୍କ ଶେଖର ବେଉରା, ଗୋକୁଳାନନ୍ଦ ସାହୁ, ରାଜଗାଙ୍ଗପୁର ଥାନା ଅଧିକାରୀ ବିବ୍ୟତ୍ସ କୁମାର ପ୍ରଧାନ, କୁତ୍ରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା ଓ ୧୧ ପ୍ଲାଟୁନ ଫୋର୍ସ ସ୍ଥାନୀୟ ତହସିଲଦାର ଶରତ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault