ପଦ୍ମପୁର(ଶାସକ ପ୍ରଶାସକ)-ରକ୍ତ ଦାନ ମହତ ଦାନ, କଥା ରେ ଅଛି ରକ୍ତଦାନ କଲେ ମହତ ଦାନ ବୋଲି କୁହା ଯାଇଥାଏ।ବର୍ତ୍ତମାନ ରକ୍ତ ର ଅଭାବ ଦେଖା ଦେଉଛି କିଛି ଦିନ ତଳେ ବରଗଡ ଖେଦାପାଲି ହସ୍ପିଟାଲ ରେ ଜଣେ ମହିଳା ଙ୍କୁ ରକ୍ତ ଲାଗୁଥିବା ବେଳେ ରକ୍ତ ନ ମିଳିବାରୁ ଶେଷରେ ତାଙ୍କ ସ୍ୱାମୀ ବରଗଡ ମାଁ ସମଲେଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ।ପୂଜାର୍ଚ୍ଚନା ରକ୍ତ ତାଙ୍କୁ ମିଳିଯାଇଥିଲା।ଯାହା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଜୋର ଧରିଥିଲା।ହେଲେ ଆଜି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ପୁଢ଼େରଖାଏରର ଗ୍ରାମର ସୁବଲ ବାଙ୍କ ବରଗଡ ସାଇ ମଲ୍ଟି ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ତାଙ୍କ ଅବସ୍ଥା ବହୁତ ଗୁରୁତର।ଏହି ଖବର ତାଙ୍କ ଗାଁର ପିଲା ମାନେ ଶୁଣି ସଙ୍ଗେ ସଙ୍ଗେ ନେତାଜୀ କ୍ଲବ ର ଦଶ ଜଣ ଯୁବକ ବରଗଡ ସାଇ ମଲ୍ଟି ହସ୍ପିଟାଲ ପହଞ୍ଚି ରକ୍ତ ଦାନ କରିଥିଲେ । ଗାଁର ସମିର ନନ୍ଦିଘୋଷ, ସୁବାଷ ବାଙ୍କ,ସୁନିଲ ରଣା,ଚରଣ ଝଗରା,ମାଧବ ନନ୍ଦିଘୋଷ, ସୁବାଷ ମାଝୀ, ଅମର ଖରସେଲ,ଅଶ୍ବିନୀ ରଣା,ପ୍ରକାଶ ମାଝୀ ଓ ତପୋବନ୍ତ ବାଙ୍କ ପ୍ରମୁଖ ଯୁବକ ମାନଙ୍କ ଏହି ମହତ କାମକୁ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି।
ରାଜ୍ୟ
ଜୀବନ ରକ୍ଷକ ସାଜିଲେ ନେତାଜୀ କ୍ଳବ ର ସଦସ୍ୟ
- Hits: 730








