ବଲାଙ୍ଗିର(ସନ୍ତୋଷ କୁମାର ଠାକୁର )- ବୃକ୍ଷ ହିଁ ଜୀବନ, ବୃକ୍ଷ ନ ଥିଲେ କିଛି ନାହିଁ, ବୃକ୍ଷ ହିଁ ଜୀବନ ବୃକ୍ଷ ନ ଥିଲେ କିଛି ନାହିଁ ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସାମାଜିକ ଦାୟିତ୍ୱ କୁ ନିର୍ବାହ ପୂର୍ବକ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମାହେଶ୍ୱରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ମାନ୍ୟବର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ମନୋବଳକୁ ଦ୍ୱିଗୁଣିତ କରିଥିଲେ । ଆଜିର ସମୟରେ ଆମେ କଂକ୍ରିଟ ଜଙ୍ଗଲ ବିକାଶିତ କରିବାରେ ବ୍ୟସ୍ତ ଥିବା ବେଳେ ଯୁବ ଗୋଷ୍ଠୀ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେବା ନିଶ୍ଚିତ ଭାବେ ଏକ ସାଧୁ ପ୍ରୟାସ ବୋଲି ମାହେଶ୍ୱରର ଉପଦେଷ୍ଟା ବ୍ୟାସଦେବ ନନ୍ଦ ମତ ଦେଇଥିଲେ । ମାହେଶ୍ୱରୀର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସ୍ୱାଗତ ପ୍ରଦାନ କରିଥିଲେ । ସମସ୍ତଙ୍କୁ ଅନୁରୋଧ ଅନୁରୋଧ ଆସନ୍ତୁ ସମସ୍ତ କଂକ୍ରିଟ ଜଙ୍ଗଲରେ ବିକଶିତ ନ କରି ବୃକ୍ଷରୋପଣ କରିବା
ଓ ନିଜ ପରିବେଶକୁ ନେଜ ରକ୍ଷା କରିବା ବୋଲି ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଓ ସଭାପତି ଶୋଭନ କୁମାର ଅଗ୍ରୱାଲ ମତ ଦେଇଥିଲେ । ମହିଳା ଶାଖା ସଂଯୋଜିକା ସୋନିଆ ବେଜ, ସହ-ସଂଜୋଜିକା ପ୍ରିୟଙ୍କା ପଟ୍ଟନାୟକ, ଇଶିକା , ଅଙ୍କିତା ପଟ୍ଟନାୟକ, ବର୍ଷା ସିଂହ, ନିହାରିକା ତ୍ରିପାଠୀ, ବିଷ୍ଣୁପ୍ରିୟା ପାଣି, ସୁଶ୍ରୀତା ଠାକୁର, ସୁଷମା ବହିଦାର, ପଦ୍ମାଳୟା ବାରିକ, ରିତା ମହାନ୍ତି, ସଂଯୋଜକ ପ୍ରୀତିଶ ସାହୁ, ଶିବାନନ୍ଦ ସାହାଣି, ସାହିଲ ସିଂହ, ଆଶିଷ ଜେନା, ସୌମ୍ୟ ରଂଜନ ପଣ୍ଡା. ସୈାମ୍ୟ ରଂଜନ ବେହେରା, ସବିତାନନ୍ଦ ନାଥ, ରାଜ ବାଲୁକେଶ୍ୱର ନନ୍ଦ, ପ୍ରମୋଦ ସାହୁ, ସ୍ୱପନ ସିହ, ରୀଙ୍କୁ ମିଶ୍ର, ସୌମ୍ୟ ରଂଜନ ଠାକୁର ପ୍ରମୁଖ ସାମିଲ ଥିଲେ ।
ରାଜ୍ୟ
ମାହେଶ୍ୱରୀ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
- Hits: 570








