ହେଡଲାଇନସ୍:

ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା ପ୍ରତିବାଦରେ ପଶ୍ଚିମ ଓଡିଶା କଳାକାର ମହାସଂଘ ର ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର-ରମାକାନ୍ତ ବିଶ୍ବାଳ: ରାଜ୍ୟ ର ପ୍ରଥମ ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା କୁ ଚକ୍ରାନ୍ତ କରାଯାଉଥିବା ପ୍ରତିବାଦରେ ସମ୍ବଲପୁର ରେ ଜନଅସନ୍ତୋସ ତେଜିବାରେ ଲାଗିଛି । ସମ୍ବଲପୁର ଜିଲ୍ଲା ର ଗର୍ବ ଗୌରବ ଏହି ପ୍ରଥମ ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା ଚକ୍ରାନ୍ତ କୁ ବିରୋଧ କରି ପଶ୍ଚିମ ଓଡିଶା କଳାକାର ମହାସଂଘ ଆନ୍ଦୋଳନ କରିଛି । ଯେଉଁଥିରେ କି ପଶ୍ଚିମ ଓଡିଶାର ତିନିଜଣ ପଦ୍ମଶ୍ରୀ କଳାକାର ଙ୍କ ସମେତ ଜଣେ ସାଂସଦ ମଧ୍ୟ ସାମିଲ ରହିଥିଲେ । ଆଗକୁ ଏନେଇ ଦାବି ପୁରଣ ପାଇଁ ଜନ ଆନ୍ଦୋଳନ କରାଯିବ ବୋଳି କଳାକାର ମହାସଂଘ ଚେତାବନୀ ଦେଇଛି।
ସମ୍ବଲପୁର ତଥା ରାଜ୍ୟର ପ୍ରଥମ ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବାକୁ ଚକ୍ରାନ୍ତ ଚାଲିଛି । କାହିଁକି ନା ଏଠାରେ ଥିବା ସବୁ କେମେରାମ୍ୟାନ ଙ୍କ ସହ ସବୁ ପ୍ରୋଗ୍ରାମ ଷ୍ଟାପ ମୋଟ ୧୭ ଜଣକୁ ଏକାସାଙ୍ଗରେ ବଦଳି କରାଯାଇଛି । ରାଜ୍ୟର ପ୍ରଥମ ତଥା ଦେଶର ସପ୍ତମ ଦୂରଦର୍ଶନ କେନ୍ଦ୍ର ଏବେ କର୍ମଚାରୀ ଶଙ୍କଟ କାରଣରୁ ବନ୍ଦ ହେବାକୁ ବସିଲାଣି । ୧୯୭୮ ମସିହାରେ ତତ୍କାଳୀନ ସୁଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୄଷ୍ଣ ଆଡଭାନୀ ସମ୍ବଲପୁର ଠାରେ ଓଡିଶାର ବୄହତ ହିତ ପାଇଁ ପ୍ରଥମ କରି ଦୂରଦର୍ଶନ କେନ୍ଦ୍ର କୁ ଉଦଘାଟନ କରିଥିଲେ । ପରେ ରାଜ୍ୟର ଭୁବନେଶ୍ୱର ଠାରେ ରାଜ୍ୟ ଦୂରଦର୍ଶନ କେନ୍ଦ୍ର ଖୋଲିବା ପରେ ସମ୍ବଲପୁର କେନ୍ଦ୍ର ପ୍ରତି ଅବହେଳା ଦେଖାଦେଇଛି । ବାରମ୍ବାର ଏହି କେନ୍ଦ୍ର ପ୍ରତି ସରକାରୀ ଅବହେଳା ପଦର୍ଶନ ଯାରି ରହିଥିବା ବେଳେ ଏବେ ସବୁ କର୍ମଚାରୀ ବଦଳି ପରେ ଏହି କେନ୍ଦ୍ର କୁ ସଂପୃର୍ଣ୍ଣ ଭାବରେ ବନ୍ଦ କରାଯିବା ନେଇ ଚର୍ଚ୍ଚା ଯୋର ଧରିଛି । ଏନେଇ ପଶ୍ଚିମ ଓଡ଼ିଶାର କଳାକାର ମହାସଂଘ ଡାକରା ରେ ଜିଲ୍ଲାପାଳ କାର୍ଯ୍ୟାଳୟ ବାହାର ଧାରଣା ଦିଆଯାଇଥିଲା।
ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ ପ୍ରତିବାଦରେ ଆନ୍ଦୋଳନ ଆରମ୍ଭ ହେବା ସହ ଦୂରଦର୍ଶନ କେନ୍ଦ୍ର ବଞ୍ଚାଓ ଅଭିଯାନ ଆରମ୍ଭ କରିଛନ୍ତି କଳାକାର ମହାସଂଘ । କଳାକାର ମହାସଂଘ ଆନ୍ଦୋଳନ ମାଧ୍ୟମରେ ସମ୍ବଲପୁର କେନ୍ଦ୍ର ରୁ ଆଞ୍ଚଳିକ ଭାଷାରେ ୨୪ ଘଣ୍ଟିଆ ପ୍ରସାରଣ ,ପଶ୍ଚିମ ଓଡିଶା ସଂସ୍କୃତି ପରମ୍ଫରା ,ଭାଷା ରେ ଅଧିକ କାର୍ଯ୍ୟକ୍ରମ କରିବା ସହ ସବୁ ଖାଳି ପଦଵୀ ପୁରଣ ପାଇଁ ଦାବି କରିଛି । ଏହି ଆନ୍ଦୋଳନ ରେ ଆଜି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ ହଲଧର ନାଗ ଙ୍କ ସମେତ ସାଂସଦ ସୁରେଶ ପୁଜାରୀ ସାମିଲ ରହି ଲୋକଙ୍କ ଜନଦାବି କୁ ସମର୍ଥନ କରିଥିଲେ । ଏହି ଆନ୍ଦୋଳନ ରେ ଜିଲ୍ଲା ଓକିଲ ସଂଘ, ସବୁ ସାମାଜିକ ସଂଘଠନ ବିଭିନ୍ନ ରାଜନୈତିକ ଦଳ ଉପସ୍ଥିତ ରହି ତାଙ୍କର ସମର୍ଥନ ଜଣାଇଥିଲେ । ଆଗକୁ ସଂସଦ ର ଅଧିବେଶନ ରେ ଏନେଇ ଦୄଷ୍ଠି ଆକର୍ଷଣ କରାଯିବା ସହ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଙ୍କ ସହ ମଧ୍ୟ କଳାକାର ସଂଘର ଵୈଠକ କରି ଦୂରଦର୍ଶନ କେନ୍ଦ୍ର ଉପରେ ଆଳୋଚନା କରାଯିବ ବୋଳି ସାଂସଦ ସୁରେଶ ପୁଜରୀ କହିଛନ୍ତି । ଏହାସହ କଳାକାର ମହାସଂଘ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏକଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା ଚକ୍ରାନ୍ତ କୁ ପ୍ରତ୍ୟାହାର ସହ ଏହି କେନ୍ଦ୍ର କୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ନକରାଗଲେ ଆଗକୁ ଆନ୍ଦୋଳନ କୁ ଯୋରଦାର କରାଯିବ ବୋଲି ପଶ୍ଚିମ କଳାକାର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି

0
0
0
s2sdefault