ହେଡଲାଇନସ୍:

ସୋହେଲା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଆଜି ସୋହେଲା ବ୍ଲକ ଛୁରିଆପାଲିଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ପାଇଁ ନବ ନିର୍ମିତ କୋଠାଘରକୁ ରାଜ୍ୟ ସରକାରଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଉଦ୍ଘାଟନ କରି ଲୋକଙ୍କ ସେବାରେ ସମର୍ପିତ କେଇଥିଲେ । ସେହିଭଳି ଗର୍ଭନା ଗ୍ରାମର ଏକ ନବ ନିର୍ମିତ ମିଶନ ଶକ୍ତି ଗୃହ ଓ ଶ୍ରୀଗିଡା ରେ ଏକ ମିଶନ ଶକ୍ତି ଗୃହ ଓ ଏକ ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ଛୁରିଆପାଲି ଡାକ୍ତରଖାନାର ଡାକ୍ତର ନରେନ୍ଦ୍ର କୁମାର ରାଉତ,ସରପଞ୍ଚ ହରେକୃଷ୍ଣ ବାରିକ,ବ୍ଲକ ଚେୟାରମ୍ୟାନ ଜୀବର୍ଦ୍ଧନ ବରିହା,ପୂର୍ବତନ ବ୍ଲକ ଉପାଧକ୍ଷ ପ୍ରଫୁଲ୍ଲ ପଧାନ,ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା,ବିଡିଓ ବିଶ୍ୱ ରଂଜନ କର ତଥା ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

0
0
0
s2sdefault