ହେଡଲାଇନସ୍:

ସାପ କାମୁଡାରେ ନାବାଳିକା ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ‌ଏସି ଅନ୍ତର୍ଗତ ୱାଡ଼ ନଂ ୨ ଶୁଣ୍ଡିମୁଣ୍ଡା ଗ୍ରାମ ହରିଜନ ପଡ଼ାରେ ମଙ୍ଗଳବାର ସାପ କାମୁଡାରେ ଜଣେ ନାବାଳିକା ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଶୁଣ୍ଢିମୁଣ୍ଡା ହରିଜନ ସାହିର ଲଳିତା ଲୁହା(୧୧) ସୋମବାର ରାତିରେ ଖାଇ ସାରି ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ପରିବାର ଲୋକେ ଆଜି ସକାଳୁ ରେଢ଼ାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଲଳିତା ଶୁଣ୍ଢିମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । ଏ ସଂକ୍ରାନ୍ତରେ ପୋଲିସ ରେଢ଼ାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ , ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

0
0
0
s2sdefault