ହେଡଲାଇନସ୍:

କଥାଶିଳ୍ପୀ ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ଜଣାଶୁଣା କଥାଶିଳ୍ପୀ ଯଶୋଧାରା ମିଶ୍ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି | ତାଙ୍କ ଦ୍ୱାରା ରଚିତ 'ସମୁଦ୍ରକୂଳ ଘର' ପୁସ୍ତକ ପାଇଁ ସେ ଏ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଶ୍ରୀମତୀ ମିଶ୍ର ।

ପୂର୍ବରୁ ସେ ତାଙ୍କର 'ଜହ୍ନରାତି' ଗଳ୍ପ ସଂକଳନ ପାଇଁ ୧୯୯୦ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଯଶୋଧାରା କ୍ଷୁଦ୍ରଗଳ୍ପ ନିମନ୍ତେ ଝଙ୍କାର ପୁରସ୍କାର ଏବଂ ଓଡ଼ିଶା ପୁସ୍ତକ ମେଳା ପୁରସ୍କାର ଲାଭ କରିଥିଲେ ।
ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଭୁବନେଶ୍ୱର ବେହେରାଙ୍କ ସୁପୁତ୍ରୀ ଯଶୋଧାରା ୧୯୫୧ ମସିହା ଜାନୁଆରୀ ୬ ରେ ସମ୍ବଲପୁର ପଟ୍ଟନାୟକ ପଡ଼ାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିବାପରେ ମଧ୍ୟପ୍ରଦେଶରେ ଇଂରାଜୀ ଅଧ୍ୟାପିକା ଭାବେ କାର୍ଯ୍ୟକରି ସେବାନିବୃତ୍ତ ହୋଇଛନ୍ତି ।
ତାଙ୍କ ଗଳ୍ପ ସଂକଳନ ଗୁଡିକ ମଧ୍ୟରେ ରହିଛି - ଦେଖଣାହାରୀ , ଜହ୍ନରାତି , ରେଖାଚିତ୍ର , ସେତୁବନ୍ଧ , ଦ୍ଵୀପ ଓ ଅନ୍ୟାନ୍ୟ ଗଳ୍ପ ଏବଂ ମୁହଁସଂଜ । ତାଙ୍କ ରଚିତ ଉପନ୍ୟାସ ଗୁଡ଼ିକ ହେଲା - ପକ୍ଷୀଜନ୍ମ , ଇଷ୍ଟରୂପ , ହାତପାପୁଲି ରେଖା ଏବଂ ଓଦା ମାଟିରେ ପଦଚିହ୍ନ ।
' ଏ ବଣ ମୋ ଲାଗି ନୂଆ ' ଶୀର୍ଷକରେ ଏକ କବିତା ସଙ୍କଳନ ତାଙ୍କର ରହିଛି । ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଖପତ୍ର ' ଦି ଇଣ୍ଡିଆନ ଲିଟରେଚର ' ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । '

0
0
0
s2sdefault