ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ଜାକେଡ଼ା ପଞ୍ଚାୟତ ର ପ୍ରଥମ ସରପଞ୍ଚ ଚିନ୍ତାମଣି ସାହୁ ଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି।ସେ ଜଣେ କର୍ତ୍ତବ୍ୟରତ , ନ୍ୟାୟ ବନ୍ତ,ସମାଜସେବୀ, ପରୋପକାରୀ,ଏବଂ ପାରା ଢିପି ଓ ରଗଡ଼ି ସାହି ଠାକୁର ମଠ ପରିଚାଳନା କମିଟି ର ସଭାପତି ଥିଲେ।ଏଭଳି ଜଣେ ମହାନ୍ ବ୍ୟକ୍ତିତ୍ଵ ଙ୍କ ପରଲୋକରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗଭୀର ଶୋକ ପ୍ରକାଶ କରିବା ସହ ପାରା ଢ଼ିପି ଗ୍ରାମକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ। ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ , ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା ମଧ୍ୟ ବିଧାୟକ ଙ୍କ ସହିତ ଗ୍ରାମ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।ଏଭଳି ମହାନ୍ ବ୍ୟକ୍ତିତ୍ଵ ଙ୍କ ପରଲୋକରେ ଗ୍ରାମ ତଥା ନୂଆଗାଁ ବ୍ଲକ୍ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା
ରାଜ୍ୟ
ଅମର ଆତ୍ମାର ସଦ୍ ଗତି କାମନା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ଦଶପଲ୍ଲା ବିଧାୟକ
- Hits: 389








