ହେଡଲାଇନସ୍:

ବିସ୍ମୟ ବାଳକ ଦେବୀଦତ୍ତଙ୍କୁ ଉତ୍କଳ ଆଲୁମିନା ପକ୍ଷରୁ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଶୀପୁର/ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶପୁର ବ୍ଲକ ଅଧିନସ୍ଥ ନୂଆପଡ଼ାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଦ୍ୱିତୀୟ ଶ୍ରେଣୀର ଛାତ୍ର ତଥା ସାତ ବର୍ଷର ବିସ୍ମୟ ବାଳକ ଶ୍ରୀମାନ୍ ଦେବୀଦତ୍ତ ମହାଙ୍କୁଡ଼ ଏକ ଅଦ୍ଭୁତପୂର୍ବ ସଫଳତା ହାସଳ କରିଛନ୍ତି । ସେ ସର୍ବକନିଷ୍ଠ ବାଳକ ଭାବେ ଏକରୁ ଅନେଶ୍ୱତ ପର୍ଯ୍ୟନ୍ତ ସଂଖ୍ୟାଗୁଡିକର ଘନ ଓ ଘନମୂଳ ନିରୂପଣ କରିବାରେ ସକ୍ଷମ ହୋଇଛନ୍ତି । ଅଦ୍ଭୂତପୂର୍ବ ସଫଳତା ନିମନ୍ତେ କେନ୍ଦ୍ରୀୟ ମାନସିକ ଗତିଶୀଳ ପ୍ରତିଷ୍ଠାନ , ହାଇଦ୍ରାବାଦ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଛି ।

ରାୟଗଡ଼ା ଜିଲ୍ଲାର ଉପଜିଲ୍ଲାପାଳଙ୍କ ଦ୍ୱାରା ଇଣ୍ଡିଆ ବୁକ୍ ରେଡର୍ଡସ ୨୦୨୧ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି । ଏହି ସଫଳତା ପାଇଁ ତାଙ୍କୁ ଏବଂ ତାଙ୍କର ପିତା ଉତ୍ସବ ମହାଙ୍କୁଡ଼, ମାତା ସତ୍ୟଭାମା ନାୟକଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।

ଏହି ସଫଳତା ପାଇଥିବାରୁ ଉତ୍କଳ ଆଲୁମିନା ତରଫରୁ ୟୁନିଟ୍ ହେଡ ମଜହର ଉଲ୍ଲା ବେଗ୍, ମାନବ ସମ୍ବଳ ବିକାଶ ମୁଖ୍ୟ ରାକେଶ ପ୍ରତାପ ସିଂ, ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ତତ୍ ସହିତ ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶନୀ, ଜିଏମ୍-ସିଏସଆର ଓ ସିଷ୍ଟେନେବିଲିଟି, ପିତାମ୍ବର ବେହେରା, ବରିଷ୍ଠ ପ୍ରବନ୍ଧକ- ଲୋକ ସମ୍ପର୍କ ଏବଂ ସଂଯୋଗ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିଭାବାନ୍ ସର୍ବକନିଷ୍ଠ ଛାତ୍ର ଦେଦୀଦତ୍ତ ମହାଙ୍କୁଡ଼ ପ୍ରତ୍ୟୁତ୍ପନ୍ନତା ଯୋଗୁଁ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବାରୁ ତାଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଦାଶ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଶେଷ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault