ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଗୁରୁବାର ଅଗଷ୍ଟ ମାସ ୧୯ ତାରିଖ ଥିଲା ବିଶ୍ୱ ଫଟୋଗ୍ରାଫି ଦିବସ ।ଫଟୋଗ୍ରାଫି ହେଉଛି ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ।ବିଶ୍ୱର ପୁରୁଣା ସ୍ମୃତିକୁ ଲୋକଲୋଚନ କୁ ଆଣି ରୋମାନ୍ଥନ କରିବା କଲା ଥାଏ ଫଟୋଗ୍ରାଫର ହାତରେ। ପୁୁଣା ସ୍ମୃତି କୁ ତା କେମେରାରେ କଏଦ କରି ଜୀବନ୍ତ ରୂପ ଦେଇଥାଏ ଜଣେ ଫଟୋଗ୍ରାଫର ।ଅବସାଦର ହେଉ ଅବା ଆନନଦର ଉଭୟ ଫଟୋ ଚିତ୍ରକୁ
ଏକ ଜିବନ୍ତ ରୂପ ଦେଇ ସାଇତି ରଖିଖାଏ ତା କେମେରା ମାଧ୍ୟମରେ । ଇତିହାସ ଲେଖା ତଥା ସଂରକ୍ଷଣ ରେ ମଧ୍ୟ ଏହାର ଅବଦାନ ଅତୁଲନୀୟ ।ଗୋଟିଏ ଫଟୋ ଚିତ୍ର ରେ ଲୁଚିରହିଥାଏ ଅନେକ କାହାଣୀ ।ସାଂପ୍ରତିକ ସମାଜରେ ଏହି ଫଟୋଗ୍ରାଫିର ଚାହିଦା ଖୁବ ବେଶି ।କାରଣ ପ୍ରାୟ ସମସ୍ତେ ନିଜର ସ୍ମୃତିକୁ ସାଇତି ରଖିବାକୁ ତତ୍ପର ।ଉତ୍ସବ ସମାରୋହ ହେଉ କିମ୍ବା ବିବାହ ସମସ୍ତ ସ୍ଥାନରେ ଫଟୋଗ୍ରାଫର ଥାଏ ଉପସ୍ଥିତି ।
ତେଣୁ ଏହି ଫଟେଗ୍ରାଫିର ଯାଦୁକୁ ସାଇତି ରଖିବା ଏବଂ ସମ୍ମାନ ଦେବା ଉଦ୍ଦେଶ୍ୟରେ ଅଗଷ୍ଟ ମାସ ୧୯ ତାରିଖରେ ପାଲିତ ହୁଏ ବିଶ୍ୱ ଫଟୋଗ୍ରାଫି ଦିବସ ।ଏହି ଅବସସରେ ଅତାବିରା ବ୍ଲକର ଫଟୋଗ୍ରାଫର ସଂଘ ତରଫରୁ ଅତାବିରା ଫଟୋଗ୍ରାଫର ସଂଘର ସଭାପତି ସଂଜୟ ରଥଙ୍କ ସଭାପତିତ୍ୱରେ ଗୋଡଭଗା ଶିବ ମନ୍ଦିରରେ ପରିସରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଲନ ହୋଇଯାଇଛି ।ଗୋଡଭଗା ଠାରୁ ବରଗଡ ପର୍ଯ୍ୟନ୍ତ ଏକ ରେଲି ବାହାରି ଗୋଡଭଗା ଶିବ ମନ୍ଦିର ପରିସରରେ ବୃକ୍ଷରୋପଣ କରି ଏକ ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ କରିଥିଲେ ଫଟୋଗ୍ରାଫର ସଂଘର କର୍ମକର୍ତ୍ତା ମାନେ ।ଏଥିରେ ସଂଘର ସଂପାଦକ ସୁଦାମ ଚରଣ ସାହୁ,ସମ୍ବିତ ପ୍ରଧାନ ଙ୍କ ସହ ବହୁ ଫଟୋଗ୍ରାଫର ବନ୍ଧୁମାନେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ
ଅତାବିରା ବ୍ଲକ ଫଟୋଗ୍ରାଫର ସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ
- Hits: 462








