ହେଡଲାଇନସ୍:

ଭୋପାଳର ଯୁବ ଆନ୍ଦୋଳନ କାରୀଙ୍କ ଉପରେ ପୋଲିସର ଦମନଲୀଳା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯାଜପୁର ରୋଡ/ବଡ଼ଚଣା/ପ୍ରଫୁଲ୍ଲ ସାହୁ, :ଅଲ ଇଣ୍ଡିଆ ଡ଼ି. ୱାଇ. ଓ (AIDYO) ଯାଜପୁର ଜିଲ୍ଲା କମିଟି ପକ୍ଷରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ହଜାର ହଜାର ବେକାର ଯୁବକ ନିଯୁକ୍ତି ଦାବିକରି ଶୋଭାଯାତ୍ରା କରୁଥିବା ସମୟରେ ମଧ୍ୟପ୍ରଦେଶ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଅତ୍ୟନ୍ତ ଅମାନବିକ ଭାବେ ଲାଠିଚାର୍ଜ କରି ଆନ୍ଦୋଳନକୁ ଦମନ କରିବା ଘଟଣାର ଦୃଢ ନିନ୍ଦା କରିବା ସହିତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ନିଯୁକ୍ତି ଦାବି କରୁଥିବା ଯୁବକମାନଙ୍କୁ ନିଯୁକ୍ତି ବଦଳରେ ମଧ୍ୟପ୍ରଦେଶ ସରକାରଙ୍କ ପୋଲିସର ଲାଠିପ୍ରହାର ଓ ଦମନଲୀଳାକୁ ବିରୋଧ କରି ଆଜି ସଂଗଠନର ଅଲ ଇଣ୍ଡିଆ କମିଟି ସାରା ଭାରତ ପ୍ରତିବାଦ ଦିବସ ଡାକରା ଦେଇଛି । ଏହି ପ୍ରତିବାଦ ଦିବସ ଉପଲକ୍ଷେ ସଂଗଠନ ପକ୍ଷରୁ ଗିରଫ କରାଯାଇଥିବା ଆନ୍ଦୋଳନ କାରୀଙ୍କୁ ବିନା ସର୍ତ୍ତରେ ଖଲାସ କରିବା, ସେମାନଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ସମସ୍ତ ବେକରଙ୍କୁ ନିଯୁକ୍ତି ଦେବା ଓ ଗଣଆନ୍ଦୋଳନରେ ପୋଲିସ ହସ୍ତକ୍ଷେପ ବନ୍ଦ କରିବା ପ୍ରଭୂତି ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ସାରାଦେଶରେ ସମସ୍ତ ବେକରଙ୍କୁ ନିଯୁକ୍ତି ନ'ଦିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ଦୁର୍ବାର କରି ଗଢି ତୋଳିବା ପାଇଁ ଜିଲ୍ଲା ସଭାପତି ଅଭିମନ୍ୟୁ ମଲିକଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ଜଗବନ୍ଧୁ ମଲ୍ଲିକ, ଚୈତନ୍ୟ ମହାରଣା, ପ୍ରଶାନ୍ତ ସ୍ୱାଇଁ, କିଶୋର ମଲ୍ଲିକ, ପ୍ରଫୁଲ ମଳିକ, କେଶବ ମଳିକ, କବି ସେଠୀ ପ୍ରମୁଖ ଚେତାବନୀ ଦେଇଥିଲେ ।

0
0
0
s2sdefault