ତିହିଡି, (ଶେଖ. ଅବଦୁଲ ଫିତର ): ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିର ଜବର ଦଖଲ କରିଥିବା ୮ ଟି ଦୋକାନକୁ ଉଚ୍ଛେଦ କରାଯାଇଛି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ୍ କୁ ମାନିଲେନି ଶେଷରେ ଉଠାଦୋକାନଗୁଡିକୁ ମେସିନ ଲଗେଇ ଭାଙ୍ଗିଦେଲା ପ୍ରଶାସନ ମେଡିକାଲ ପ୍ରବେଶ ପଥର ବାମ ପଟେ ଥିବା ଉକ୍ତ ଦୋକାନଗୁଡିକୁ ଉଚ୍ଛେଦ କରାଯାଇଥିବା ଜଣାଯାଇଛି ଏହି ଜବର ଦଖଲ ପାଇଁ ଟ୍ରାଫିକ ଯାମ ହେଉଥିଲା ମୁଖ୍ୟ ରାସ୍ତାକୁ ମାଡିବସି ଏହି ଦୋକାନୀମାନେ ବେପାର କରୁଥିଲେ ସେହିପରି ଆମ୍ବୁଲାନ୍ସ ଯାତାୟତରେ ବାଧା ଉପୁଜୁଥିଲା ମେଡିକାଲ ପରିସରର ଏକ ଶୈଚାଳୟ ନିର୍ମାଣ ସହିତ ସ୍ଵୟଂ ଚାଳିତ ଏକ ପାନୀୟଜଳ ଯୋଗାଣ ସ୍ଥାପନ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଚଳିତ ବର୍ଷ ଜାନୁୟାରୀ ମାସରେ ଶିଳାନ୍ୟାୟ କରାଯାଇଥିଲା ଏହି ଦୋକାନୀମାନେ ଦୋକାନ ନ ଉଠାଇ ହାଇକୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ମାତ୍ର ଏହା ଡିସପୋଜ ହୋଇଥିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଟିବା ଲାଗି ନୋଟିସ୍ ଜାରି କରାଯାଇଥିଲେ ହେଁ ସେମାନେ ହଟି ନ ଥିବାରୁ ଆଜି ଏପରି ଉଚ୍ଛେଦ କରାଯାଇଥିବା ଜଣାଯାଇଛି ପ୍ରଶାସନ ର ଏତାଦୃଶ କାର୍ଯ୍ୟ କ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ତହସିଲଦାର ତଥା ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ବରେ ଆଇ ଆଇ ସି ତପନ କୁମାର ପ୍ରଧାନଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇଥିଲେ
ରାଜ୍ୟ
ତିହିଡ଼ିରେ ଜବର ଦଖଲ ଉଚ୍ଛେଦ ମାନିଲେନି ଉଠାଦୋକାନୀ, ମେସିନ ଲଗେଇ ଭାଙ୍ଗିଦେଲା ପ୍ରଶାସନ l
- Hits: 372








