ହେଡଲାଇନସ୍:

ପଶ୍ଚିମବଙ୍ଗ ସରକାରଙ୍କ ଚେହେରା ପଦାରେ ପଡିଯାଇଛି : ବୈଜୟନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : କଲିକତା ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ପଶ୍ଚିମବଙ୍ଗ ସରକାରଙ୍କ ଚେହେରା ପଦାରେ ପଡିଯାଇଛି ବୋଲି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି | କଲିକତା ଉଚ୍ଚ ନ୍ୟାୟାଳୟଙ୍କ ରାୟ ନେଇ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ କେବଳ ନିର୍ବାଚନ ପରେ ନୁହେଁ ବରଂ ନିର୍ବାଚନ ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ଶାସକ ଦଳ ଦ୍ବାରା ବହୁ ହିଂସାକାଣ୍ଡ ହୋଇଛି ଓ ଏଗୁଡ଼ିକୁ ସେମାନେ ଦବାଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମ ରେ ହିଂସାକାଣ୍ଡର ଭିଡିଓ ଗୁଡ଼ିକ ସବୁ ପ୍ରଚାର ହେବା ସଙ୍ଗେ ସଙ୍ଗେ ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ଏସବୁର ତଥ୍ୟ ରଖିଛି। ଶାସକ ଦଳ ଏହାକୁ ଦବାଇବାକୁ ଚେଷ୍ଟା କରିଥିଲେ, ଯାହାର ପର୍ଦ୍ଦାଫାସ ହୋଇଛି।
ଏବେ ସିବିଆଇ ଏହାର ତଦନ୍ତ କରିବ ଓ ଏସଆଇଟି ତତ୍ତ୍ବାବଧାନ କରିବ। ଏହା ନିହାତି ଆବଶ୍ୟକ । ଅନ୍ୟ ରାଜ୍ୟରେ ବିଶେଷ କରି ଆମ ଓଡ଼ିଶାରେ ମଧ୍ୟ ରାଜନୈତିକ ହିଂସାକାଣ୍ଡ ଓ ବିଭିନ୍ନ ପ୍ରକାର ଦୁର୍ନିତୀ ହୋଇଛି, ଯାହାର ଆଞ୍ଚଳିକ ସ୍ତରରେ ଠିକ ଭାବରେ ଯାଞ୍ଚ ହୋଇପାରୁନାହିଁ। ତେଣୁ ଆଜିର ରାୟ ସମ୍ପୂର୍ଣ୍ଣ ଠିକ ଓ ଏକ ଉଦାହରଣ, ଯାହା ଅନ୍ୟ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ।

0
0
0
s2sdefault