ଦେଶରେ ହେଉଥିବା ଅପପ୍ରଚାରର କଡା ଜବାବ ଦେବା ଆବଶ୍ୟକ - ପ୍ରଦ୍ୟୁମ୍ନ ତ୍ରିପାଠୀ
ବରଗଡ଼ :- ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଦଳୀୟ କର୍ମୀ ମାନଙ୍କୁ ସଂଗଠିତ କରି ମୈଦାନରେ ବିରୋଧୀର ମୁକାବିଲା କରିବାକୁ ପ୍ରୟାସ ଆରମ୍ଭ ହୋଇଗଲାଣି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ଓ ଝାରବନ୍ଧ ଠାରେ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ଯୁବ ଜନତା ଦଳ ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଙ୍କ ସଭାପତିତ୍ବରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତାଦଳ ର ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଯୁବ ନେତା ଭୋଜରାଜ୍ ସିଂ ବରିହା ଯୋଗଦାନ କରିଥିଲେ । ବିଜୁ ଜନତା ଦଳ କେମିତି ଆହୁରି ଆଗକୁ ଯିବ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମସ୍ତ ପ୍ରକାର ଜନହିତକାରି ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ବିଷୟରେ ବିଜୁ ଜନତା ଦଳ ର ତୃଣମୂଳ ସ୍ତର ରୁ ଥିବା କର୍ମୀ ଠୁ ଆରମ୍ଭକରି ଉପର ସ୍ତର ଯାଏଁ ସମସ୍ତେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସବୁ କ୍ଷେତ୍ର ରେ ଅଗ୍ରଣୀ ରହିବା ପାଇଁ ଆଲୋଚନା କରା ଯାଇଥିଲା । ଏହି କର୍ମୀ ସମ୍ମିଳନୀ ରେ , ଜିଲ୍ଲା ସମ୍ପାଦକ ଅଚ୍ୟୁତାନନ୍ଦ ସେଠ , ପାଇକମାଳ ବ୍ଲକ ଡିଜିଟାଲ ସେକ୍ରେଟାରୀ କାହ୍ନା ସରାଫ , ଜିଲ୍ଲା ସମ୍ପାଦକ ଭରତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଏହି ସମ୍ମଲନୀ ରେ ପାଇକମାଳ ବ୍ଲକ ର 25 ରୁ ଉର୍ଦ୍ଧ ନୂତନ ଯୁବକ ତଥା ଅନ୍ୟଦଳ ର କର୍ମୀ ବିଜୁ ଜନତା ଦଳ ରେ ସାମିଲ୍ ହେଲେ ।
ସେହି ଭଳି ଝାରବନ୍ଧ ବ୍ଲକ ରାଜୀଵ ଗାନ୍ଧୀ ପାଠାଗାର ରେ ଆୟୋଜିତ ସଭାରେ ଯୁବ ଜନତା ଦଳର ସଭାପତି ଶ୍ରୀ ଚନ୍ଦ୍ରଶେଖର ପଟେଲ ଙ୍କ ସଭାପତିତ୍ବ ରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ମଧ୍ୟ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ଯୋଗ ଦେଇ ଯୁବ ସମାଜକୁ ଉତ୍ସାହିତ କରିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ଏହି କର୍ମୀ ସମ୍ମିଳନୀ ରେ , ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ , ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ହୃଷିକେଶ ବରିହା , ସନ୍ତୋଷ ବେହେରା ,ବିଦ୍ୟୁତ ପ୍ରଧାନ , ଜିଲ୍ଲା ସମ୍ପାଦକ ଅଚ୍ୟୁତାନନ୍ଦ ସେଠ , ଝାରବନ୍ଧବ୍ଲକ ଡିଜିଟାଲ ସେକ୍ରେଟାରୀ ସୁଶିଲ ମରେଇ , ଜିଲ୍ଲା ସମ୍ପାଦକ ଭରତ ପଣ୍ଡା ,ପ୍ରମୁଖ ଯୋଗଦାନ କରିଥିଲେ ।








