ହେଡଲାଇନସ୍:

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଉତର ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱରରୁ( ଚକ୍ରଧର ମାଝି ) ବର୍ତମାନ ସମୟରେ ଡେଙ୍ଗୁ ମହାବ୍ୟାଧି ସହରରେ ନିଜ କାୟା ବିସ୍ତାର କରିସାରିଲାଣି । ୭୦୦ ରୁ ଉର୍ଦ୍ଧ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ । ଏତେ ଦିନ ପରେବି ରାଜ୍ୟ ସରକାର  ଓ ବିଏମସି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଆଖିଦୃଶୀୟ ପଦକ୍ଷେପ ନେଇପାରିଲେ ନାହିଁ । ଗତକାଲି ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଆଜି ଅନୁରୂପ ଭାବେ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସଙ୍କ ପରିଚାଳନାରେ ଉତର ନିର୍ବାଚନ ମଣ୍ଡଳୀର ମୁଣ୍ଡାସାହି ଛକ, ଦାଶରଥି ଆପାର୍ଟମେଂଟ ପାଖ, ବିଜୁପଟ୍ଟନାୟକ କଲେଜ ପଛ କଲୋନି ତଥା ମେଫେୟାର ସଂଲଗ୍ନ ରାସ୍ତାରେ ଜମାହୋଇଥିବା ପାଣି ଓ ଅପରିସ୍କୃତ ସ୍ଥାନମାନଙ୍କରେ ବ୍ଲିଚିଙ୍ଗ ଓ ମଶାତେଲ ସିଂଚନ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ପୁର୍ନବାର କହିଛନ୍ତି ରାଜ୍ୟ ସରକାର ଡେଙ୍ଗୁ ନିରାକରଣ ପାଇଁ ଅତିଶୀଘ୍ର ପଦକ୍ଷେପ ନନେଲେ ପରିସ୍ଥିତି ଅଣଆୟତ ହେବ । ତେଣୁ ବିଏମସି ଜିଲ୍ଲା କଂଗ୍ରେସ ଦ୍ୱାରା ଦିଆଯାଇଥିବା ଦାବିପତ୍ର ମୁତାବକ ଯୁଦ୍ଧକାଳୀନ ଭିତିରେ ଡେଙ୍ଗୁ ନିରାକରଣର ବ୍ୟବସ୍ଥା ଆରମ୍ଭ କରନ୍ତୁ । 

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ବ୍ରହ୍ମାନନ୍ଦ ସାହୁ, ଦେବରାଜ ମିଶ୍ର, ଅନିଲ ଦାସ, ଦୀପକ ଦିଗଲ, ଶ୍ରୀନାଥ ପଟ୍ଟନାୟକ, ସଂଜୟ ନାୟକ, ମନୋଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଶ୍ରିୟା ପଣ୍ଡା, କୁସୁମ ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ପବିତ୍ର ଦାସ, ପୂର୍ଣ୍ଣଚନ୍ଦ୍ର କହଁର, ଦେବାଶିଷ ଦାସ, ଡ. କୃପାସିନ୍ଦୁ ମହାନ୍ତୋ, କେଦାରନାଥ ଜେନା, ସରୋଜ ପ୍ରଧାନ, ମନୋଜ ବେହେରା, ଅଜିତ ସାହୁ ଏବଂ ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

0
0
0
s2sdefault