ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କ ପ୍ରସ୍ତାବ କ୍ରମେ PM Care Fund- State CSR ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟ ର ନିର୍ମାଣ କାର୍ଯ୍ୟ ଚାଲିଛି, ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିର୍ମାଣାଧୀନ କାର୍ଯ୍ୟ ର ତଦାରଖ କରିଥିଲେ, ପ୍ଲାଣ୍ଟ ର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଏହା ଅତି ଶୀଘ୍ର ସମ୍ପୂର୍ଣ ହେବ ବୋଲି PWD ର ଅଧିକାରୀ ଶ୍ରୀ ଜିତେନ୍ଦ୍ର ମେହେର, ଶ୍ରୀ ରାଜେନ୍ଦ୍ର କିଷାନ କହିଥିଲେ,ଏ ଅବସରରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ତହସିଲ ସାହୁ ମଧ୍ୟ ଉପସ୍ଥିତ ଥିଲେ, ପ୍ରତିନିଧି ଦଳରେ ବିଜେପି ନଗର ସଭାପତି ସୁନିଲ୍ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ଉପସଭାପତି ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ତାହାର ସମାଧାନ ହେଇପାରିବ ସେ ହିସାବରେ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।








