ବାରିପଦା/ ଦିଲ୍ଲୀପ ମହାନ୍ତି : ରାଜ୍ୟ ସରକାରଙ୍କ ୫-ଟି ଓ 'ମୋ ସରକାର' କେବଳ ଲୋକ ଦେଖାଣିଆ । ରାଜ୍ୟର ବେକାର ଯୁବକ ଯୁବତୀଙ୍କ ପ୍ରତି ଚରମ ଅବହେଳା କରି ଚାଲିଥିବା ବେଳେ ନିଯୁକ୍ତିରେ ପ୍ରିୟାପ୍ରୀତି ତୋଷଣ ଓ ଅନିୟମିତତା ବଢି ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ଓଏସଏସସି ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ କେଳେଙ୍କାରୀ ଏବେ ସାମ୍ନାକୁ ଆସିଛି । ତାଙ୍କ ଘରୁ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଆଡମିଟ କାର୍ଡ଼ ଓ କୋଟି କୋଟି ଟଙ୍କା, ସୁନା ଗହଣା ଜବତ ଘଟଣା ପଦାକୁ ଆସିଛି । ଏହି ଦୁର୍ନୀତିଖୋର ଅଧିକାରୀଙ୍କ କାରନାମା ଓଏସଏସସିର ବିଶ୍ଵସନୀୟତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେତେବେଳେ ପ୍ରଶ୍ନପତ୍ର ଲିକ ତ କେତେବେଳେ ନିଯୁକ୍ତିରେ ହେରଫେରକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲେ ହେଁ ଯୁବଛାତ୍ର ସମାଜର ଭବିଷ୍ୟତ ସହ ଖେଳ ଖେଳାଯାଉଥିବାରୁ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜେଏମଏମ ଜିଲ୍ଲା ଯୁବ ସଭାପତି ଅର୍ଜୁନ ମୁର୍ମୁ ଦୃଢ ନିନ୍ଦା କରିଛନ୍ତି ।
ରାଜ୍ୟ
ଓଏସଏସସିରେ ଦୁର୍ନୀତିକୁ ଜେଏମଏମ ଯୁବ ସଭାପତିଙ୍କ ନିନ୍ଦା
- Hits: 316








