ରାୟଗଡ(ସରୋଜ ସାହୁ): କରୋନା ଭୂତାଣୁ ସାରା ଦେଶକୁ କବଳିତ କରିଥିବା ବେଳେ ବର୍ତମାନ ସେହି ଭୂତାଣୁର ପ୍ରଭାବ ହ୍ରାସ ପାଇବାକୁ ଲାଗିଛି । ଏହି ଭୂତାଣୁର ପ୍ରଭାବରେ ସାରା ଦେଶରେ ଶିକ୍ଷା ବ୍ୟବସ୍ଥାରେ ଘୋର ପରିବର୍ତନ ଦେଖିବାକୁ ମିଳୁଛି । ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ସଠିକ ବ୍ୟବସ୍ଥା ନଥିବା ହେତୁ ସେମାନେ ମାନସିକ ଚାପରେ ରହୁଥିବା ଦେଖିବାକୁ ମିଳିଛି । ଏହି ସବୁକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ମୁହଁରେ ପାଠ ପ୍ରତି ଉତ୍ସାହ ଭରିବା ପାଇଁ ଜେ.କେ. କାଗଜ କଳ ଅନ୍ତର୍ଗତ ପେଣ୍ଟା ଗ୍ରାମ ସ୍ଥିତ ଅପଗ୍ରେଡେଡ ହାଇସ୍କୁଲ ଓ ଗୋପବନ୍ଧୁ ବାଇ ଲାଙ୍ଗୁଏଲ ହାଇସ୍କୁଲର ଦଶମ ଶ୍ରେଣୀରେ ପାଠ ପଢୁଥିବା ୨୨୦୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ । ରାୟଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀନାରାୟଣ ସାବତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାଗ ପ୍ରଦାନ କରି ଉତ୍ସାହିତ କରିଥିବା ବେଳେ ଜେ.କେ. କାଗଜ କଳର ବରିଷ୍ଠ ପ୍ରବନ୍ଧକ ଲୋକ ସମ୍ପର୍କ ଓ ସାମାଜିକ ଦାୟିତ୍ୱବୋଧ ଅଧିକାରୀ ଶ୍ରୀ ସୁନୀଲ କୁମାର ନାଥ, ଉପ-ପ୍ରବନ୍ଧକ ସାମାଜିକ ଦାୟିତ୍ୱବୋଧ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ହରୀହର ଖମାରୀ, ଉପ-ପ୍ରବନ୍ଧକ ସାମାଜିକ ଦାୟିତ୍ୱବୋଧ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମିଲନ ଲେଙ୍କା ଏବଂ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।








