ହେଡଲାଇନସ୍:

ଗ୍ରାମାଂଚଳରେ ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ):ଗ୍ରାମାଂଚଳରେ ବାହାରୁଥିବା ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ନେଇ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆଭିମୁଖିକରଣ ବୈଠକ ଅନୁଷ୍ଠିତ  ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ବିଭିନ୍ନ ବ୍ଲକର ଗୋଷ୍ଠୀ  ଉନ୍ନୟନ ଅଧିକାରୀ, ପୌର ପରିଷଦର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ଜଳ ଓ ପରିମଳ ମିଶନର ପରାମର୍ଶ ଦାତା ମାନେ ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୁଲ୍ୟରେ ଅନୁଷ୍ଠିତ  ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ଆବର୍ଜନା ପରିଚାଳନା ଓ ବ୍ୟବହାର ଉପେଯୋଗୀତା ଉପରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ । ଜିଲ୍ଲାପାଳ ତଥା ସମ୍ପାଦକ ଜିଲ୍ଲା ଜଳ ଓ ପରିମଳ ମିଶନ ଶ୍ରୀ ସରୋଜ କୁମାର ମିଶ୍ର ପ୍ରତ୍ୟେକ ପରିବାରରେ ବାହାରୁଥିବା ଆାବର୍ଜନା ପୃଥକିକରଣ ଓ ତାହାକୁ ପ୍ରକ୍ରିୟାକରଣ କରି ଜୈବିକ ଖତ ରୂପେ ବ୍ୟବହାର କରାଯିବ ଓ ଏହାକୁ ଦୈନନ୍ଦିନ ଭାବେ ପୃଥକିକରଣ କରାଯିବା ପାଇଁ ଜନସାଧାରଣଙ୍କୁ ସଚେତନତା କରି ବ୍ୟବହାରରେ ପରିବର୍ତନ ଆଣିବା ସହ ଆବର୍ଜନାରୁ ବାହାରୁଥିବା ଖତକୁ ଗ୍ରାମାଂଚଳରେ ଜୈବିକ ସାର ଭାବେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଖୋଲା ସ୍ଥାନରେ ଶୌଚ ନକରି ପାଇଖାନା ବ୍ୟବହାର ନିମନ୍ତେ ଲୋକ ମାନଙ୍କ ଭିତରେ ବ୍ୟବହାରିକ ପରିବର୍ତନ ନିମନ୍ତେ ସଚେତନତାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ମଇଳା ଆବର୍ଜନା ଓ ପ୍ଲା୍ଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରି ସଠିକ ପରିଚାଳନା ନିମନ୍ତେ ପୌର ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ମିଳିତ ଭାବରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ । ଉକ୍ତ ବୈଠକର ମୂଳ ଲକ୍ଷ୍ୟ ଥିଲା ଯେ, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ପୌର ପରିଷଦ ଅଧିକାରୀ ଉଭୟେ ଗ୍ରାମାଂଚଳର ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ନିର୍ଦେଶ ଦେଇଥିଲେ । ଏବଂ ପଂଚାୟତ ସ୍ତରରେ ପ୍ରତି ଘରରୁ ମଇଳା ସଂଗ୍ରହ କରି ଉକ୍ତ ଆବର୍ଜନା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସହାୟତାରେ ପୌର ପରିଷଦରେ ପହଂଚାଇବା ହେଉଛି ତାଙ୍କର ମୂଳ ଲକ୍ଷ । ଶେଷରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦେଶକ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault