ହେଡଲାଇନସ୍:

ପୋଲିସ ଖାପଚରେ କଜଳପାତିଆ ଭଦ୍ର ଲୋକ, ଚୋରିକରି ପାଇକ ପଣ : ଯିଏ ଅଭିଯୋଗ କରିଥିଲା ସିଏ ଚୋର  !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନଗଦ ୩୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରି ମାମଲାର ପର୍ଦ୍ଦାଫାଶ କଲା ରାୟଗଡ ପୋଲିସ 

ରାୟଗଡ(ସରୋଜ ସାହୁ) : ରାୟଗଡା ସହରରେ ଗତ ଦିନରେ ହୋଇଥିବା  ନଗଦ ୩୦  ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରିର ପର୍ଦ୍ଧାଫାସ କରିଛି ରାୟଗଡ ପୋଲିସ । ଉକ୍ତ ଘଟଣା ସଂପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ରାୟଗଡା ସହରସ୍ଥିତ ରୟତ କଲୋନୀ ୬ଷ୍ଠ  ଗଳିରେ ରହୁଥିବା ପୂଜକ ବି.ଗଣେଶ ଶର୍ମାଙ୍କ ଘରୁ ଘରର ସଦସ୍ୟ କେହି ନଥିବା ବେଳେ ଘରର ତାଲା ଭାଙ୍ଗି ଚୋରି ହୋଇଥିଲା । ରାୟଗଡ ସ୍ଥାନୀୟ କୋରାପୁଟ ଛକ ନିକଟସ୍ଥ ଶିବ ମନ୍ଦିରରେ ସେ ପୂଜକ ଭାବେ କାର୍ଯ୍ୟ କରନ୍ତି । ଗତ ରବିବାର ଦିନ ପୂଜକ ଗଣେଶ ନିଜ ପରିବାର ସହ ପଡୋଶୀ ଆନ୍ଧ୍ରପ୍ରଦେଶ ସ୍ଥିତ ପାଲକୋଣ୍ଡା ଗ୍ରାମକୁ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ଘରକୁ ଫେରିବା ପରେ ଘରର କବାଟ ଭାଙ୍ଗିଥିବା ସେ ଦେଖିବାକୁ ପାଇଥିଲେ  । ଘର ଭିତରେ ପହଂଚି ଘରର ସ୍ଥିତି ଅନୁଧ୍ୟାନ ପରେ ଘରେ ଥିବା ଆଲମରା ଭଙ୍ଗା ଯାଇଥିବା ସହ ଘରେ ଥିବା ଟଙ୍କା ଓ ସୁନା ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ଗଣେଶ ରାୟଗଡା ପୋଲିସକୁ ଘଟଣା ସଂପର୍କରେ ଅବଗତ କରାଇଥିଲେ । ଖବରପାଇ ରାୟଗଡା ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ଦାସ, ରାୟଗଡା ଥାନା ଅଧିକାରୀ ଶ୍ରୀ ରଶ୍ମିଂରଜନ ପ୍ରଧାନ, ଏସ.ଆଇ ଶ୍ରୀ ମାନସ କୁମାର ସାହୁ, ଏ.ଏସ.ଆଇ. ଶ୍ରୀ ପି.ରାବଣାଙ୍କ ସମେତ ଡଗ ସ୍ୱାର୍ଡ ଓ ସାଇଁଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଘରୁ ନଗଦ ୩୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଚୋରି ହୋଇଥିବା ନେଇ ବି.ଗଣେଶ ରାୟଗଡ ପୋଲିସକୁ ଜଣାଇଥିଲେ । ଉପଖଣ୍ଡ ଥାନା ଅଧିକାରୀ ଶ୍ରୀ ଦାସ ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ପରେ ସନ୍ଧାନୀ କୁକୁର ସାହାର୍ଯ୍ୟର ତଦନ୍ତ ଆରମ୍ଭ କରାଯାଇଥିଲା । ସନ୍ଧାନୀ କୁକୁର ରୟତ କଲୋନୀର ବିଭିନ୍ନ ସ୍ଥାନ ବୁଲିବା ପରେ ଶେଷରେ ରୟତ କଲୋନୀ ସ୍ଥିତ ଶିବ ମନ୍ଦିର ନିକଟରେ ପହଂଚିଥିଲା । ପରେ ଘଟଣା ସଂପର୍କରେ ରାୟଗଡା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିଲା । ୨୪ ଘଂଟା ଭିତେର ଲୁଟର ପର୍ଦ୍ଦା ଫାସ କରିବା ସହ ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରମାଣ କରିଛି ରାୟଗଡା ପୋଲିସ । ଗୋଟିଏ ଟିମ ଅଭିଯୋଗକାରୀ ବି. ବିଶ୍ୱ ଗଣପତି ଶର୍ମାଙ୍କୁ ଅଧିକ ତଦନ୍ତ ସମୟରେ ଗତ ରବିବାର ରାତିରେ ନିଜେ ହିଁ ଟଙ୍କା ଓ ସୁନା ଚୋରି କରିଥିବା ସେ ସ୍ୱୀକାର କରିଥିଲା । ଏହା ପରେ ପୋଲିସ ଅଭିଯୋଗକାରୀ ଘରୁ ନଗଦ ୨୪ ଲକ୍ଷ ଟଙ୍କା ସହ ସୁନା ଜବତ କରିଥିଲେ । ତଦନ୍ତ ସମୟରେ ସଂପତି କିଣିବା ଆଶାରେ ଘରୁ ଚୋରି ହୋଇଥିବା ନାଟକ କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା ଅଭିଯୁକ୍ତ । ଏ ନେଇ ରାୟଗଡା ଥାନାରେ କେଶ ନମ୍ବର ୧୫୯ ତା ୩୧.୦୭.୨୦୨୧, ଧାରା ୪୫୭/୩୮୦ ପ୍ରକାର ମାମଲା ରୁଜ୍ଜୁ ହୋଇଥିଲା । ଘଟଣାର ତଦନ୍ତ ରାୟଗଡା ଥାନା ଅଧିକାରୀ ଶ୍ରୀ ରଶ୍ମି ରଂଜନ ପ୍ରଧାନ କରିଥିବା ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଥାନା ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ଦାସ, ରାୟଗଡା ଥାନା ଅଧିକାରୀ ଶ୍ରୀ ରଶ୍ମିଂରଜନ ପ୍ରଧାନ, ଏସ.ଆଇ ଶ୍ରୀ ମାନସ କୁମାର ସାହୁ, ଏ.ଏସ.ଆଇ. ଶ୍ରୀ ପି.ରାବଣା ଉପସ୍ଥିତ ଥିଲେ । 

0
0
0
s2sdefault