ହେଡଲାଇନସ୍:

ଗାଁରେ ପାନୀୟ ଜଳ ପାଇଁ ଅନଶନରେ ବସିଲେ ଯୁବକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି:ସ୍ୱାଧୀନତା ର ୭୩ ବର୍ଷ ପରେ ମଧ୍ୟ ଗାଁଲୋକଙ୍କୁ ମିଳୁନାହିଁ ମୌଳିକ ସମାସ୍ୟାର ସୁବିଧା । ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ଶୁଦ୍ଧ ପିଇବା ପାଣି ଟୋପାଏ ପାଇଁ ଲୋକଙ୍କୁ ଏ ଅଫିସ ରୁ ସେ ଅଫିସକୁ ଦୌଡ଼ିବା ସହ ବାରମ୍ବାର ଗୁହାରୀ କରିଲା ପରେ ମଧ୍ୟ ଫଳ ଶୁନ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ଅନ୍ତର୍ଗତ ନୁଦଡିହା ଗ୍ରାମପଞ୍ଚାୟତ ଅଧିନରେ ଥିବା ନୁଆଗାଁ ଅଞ୍ଚଳରେ । ଗ୍ରାମର ଲୋକସଂଖ୍ୟା ପାଖାପାଖି ୧୪୦୦ ଜଣଙ୍କ ପାଇଁ ଏଠାରେ ୭ଟି ନଳକୂପ ଖନନ କରାଯାଇଥିଲା । ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇବା ପାଇଁ ୮ବର୍ଷ ହେବ କାମ ଚାଲୁଥିଲେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ । ନଳକୂପ ଗୁଡିକରୁ ନିର୍ଗତ ହେଉଥିବା ପାଣି ଅପରିଷ୍କାର ଓ ଦୁର୍ଗନ୍ଧ ଯୁକ୍ତ ହୋଇଥିବାରୁ ଲୋକେ ସେହି ପାଣିକୁ ପିଇ ପାରୁନାହାଁନ୍ତି । ଏଥିପାଇଁ ଗ୍ରାମପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି କପ୍ତିପଦା ବ୍ଲକ ବିଡିଓଙ୍କୁ ଏବାବଦରେ ବାରମ୍ବାର ଜଣାଇବା ସହ RWSS କାର୍ଯ୍ୟାଳୟର ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ କେହି ମଧ୍ୟ ତାଙ୍କ କଥା ନଶୁଣିବାରୁ ୦୯/୬/୨୧ ତାରିଖରେ ଉଦଳା ଠାରେ ଉପଖଣ୍ଡ ଅଧିକାରୀ ଓ ୧୯/୭/୨୧ତାରିଖରେ ଜିଲ୍ଲାପାଳଙ୍କୁ ପାନୀୟ ଜଳର ଅସୁବିଧା ବିଷୟରେ ଲିଖିତ ଅଭିଯୋଗ ଜଣାଇଥିଲେ । ହେଲେ ଦାବି ପୁରଣ  ନହେବାରୁ ଆଜି ବାଧ୍ୟ ହୋଇ ନୁଆଗାଁ ଗ୍ରାମର ଦୁଷ୍ମନ୍ତ ବେହେରା ନାମକ ଜଣେ ବ୍ୟକ୍ତି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୁରଣ ନହୋଇଛି ସେ ପର୍ଯ୍ୟନ୍ତ ଏଠାରେ ଧାରଣାରତ ରହିବେ ବୋଲି କହିଛନ୍ତି ଦୁଷ୍ମନ୍ତ ଏବଂ ଗ୍ରାମବାସୀ ।

0
0
0
s2sdefault