ପଦ୍ମପୁର(ଶାସକପ୍ରଶାସକ)- ଗରିବ ଅସହାୟ ଲୋକ କାମଧନ୍ଦା ପାଇବେ ଓ ପରିବାର ପୋଷଣ କରିପାରିବେ ବୋଲି ସରକାରୀ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାର୍ଯ୍ୟ ଯୋଗାଇ ଦେଉଛନ୍ତି । ଯାହାଦ୍ୱାରା ଲୋକ ପରିବାର ପୋଷଣ ପାଇଁ ଭିଟାମାଟି ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଆଉ ଯାଉ ନାହାଁନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ଚଞ୍ଚକତା କରି ଶ୍ରମିକଙ୍କ ପାରିଶ୍ରମିକ ଟଙ୍କା,ବୋନସ ଟଙ୍କା ହଡ଼ପ କରୁଥିବା ଭଲି ଖବର ବିଭିନ୍ନ ସମୟରେ ଆସୁଛି । ପଦ୍ମପୁର ବ୍ଳକ ପଲସାପାଲି ଗ୍ରାମପଞ୍ଚାୟତ ଅମାମୁଣ୍ଡା ଗ୍ରାମର ସୁବାଷ ତାଣ୍ଡି,ବିଷ୍ଣୁ ଛତର ଓ ବ୍ରହ୍ମା ଛତର ଗରିବ ଶ୍ରେଣୀର ଲୋକ । ସେମାନଙ୍କ ଅଭିଯୋଗ ଅନୁସାରେ ସେମାନେ ମନରେଗା ଯୋଜନାରେ କାମ କରିଛନ୍ତି ହେଲେ ସେମାନେ ସେମାନଙ୍କ ଜବ କାର୍ଡ ଏ ପର୍ଯ୍ୟନ୍ତ ପାଇନାହାନ୍ତି । ସେମାନଙ୍କ ପାରିଶ୍ରମିକର ପୁରା ପାଉଣା ଓ ବୋନସ ଟଙ୍କା ମଧ୍ୟ ପାଇ ନାହାଁନ୍ତି । ଏ ବିଷୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ଜିଆରଏସଙ୍କୁ ଜଣାଇଲେ ମଧ୍ୟ ସେମାନଙ୍କୁ କେବଳ ଭୂଆଁ ବୁଲାଉଛନ୍ତି। ଏ ସବୁ ଅଭିଯୋଗ ନେଇ ଏହି ତିନିଜଣ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ବିଷୟରେ ତର୍ଜମା କରି ସେମାନେ କିପରି ଶୀଘ୍ର ସେମାନେ ତାଙ୍କ ପାରିଶ୍ରମିକ ଓ ଜବ କାର୍ଡ ପାଇ ପାରିବେ ସେ ନେଇ ଉପଜିଲ୍ଲାପାଳ ଆଦେଶ ଦେଇଛନ୍ତି ।
ରାଜ୍ୟ
ପଦ୍ମପୁର ବ୍ଳକ ପଲସାପାଲି ପଞ୍ଚାୟତରୁ ଆସୁଛି ମନରେଗା ଦୁର୍ନୀତିର ଗନ୍ଧ !
- Hits: 2553








