ଭୁବନେଶ୍ୱର (ଶାସକ ପ୍ରଶାସକ) : ଜିଲ୍ଲା ସଭାପତି ମୟୂରଭଞ୍ଜ ସଦର ବିଜୁ ଜନତା ଦଳଙ୍କ ସୁପାରିଶ କ୍ରମେ ଆଜି ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ମୟୁରଭଞ୍ଜ ସଦରର ଦଳୀୟ କର୍ମୀ ଦିପ୍ତୀମାନ ବଳଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବନ କରିଛନ୍ତି । ଆଜି ଏ ବିଷୟ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |








