ହେଡଲାଇନସ୍:

ଜିଲ୍ଲାପାଳ ରା. ଉଦୟଗରି ବ୍ଲକ ଓ ମୋହନା ବ୍ଲକ ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରା. ଉଦୟଗରି ବ୍ଲକ ଓ ମୋହନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

 ସେ ପ୍ରଥମେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଗସ୍ତରେ ଆସି ନିର୍ମାଣ ହେବାକୁ ଥିବା ଛେଳିଗଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା କାର୍ଯ୍ୟକାରୀ ହୋଇ  ନ ଥିବା କାରଣ କଣ ତାର ଅନୁଧ୍ୟାନ କରିଥିଲେ । 

ଶିଆଳିଲଟି ପଞ୍ଚାୟତର ନିର୍ମିତ ହେଉଥିବା ଟନେଲ କାର୍ଯ୍ୟର ଅନୁଧ୍ଯାନ କରିଥିଲେ । ଉପସ୍ଥିତ ଥିବା ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣାଙ୍କ ସହିତ ଆଲୋଚନା କରି କିଭଳି ଭାବେ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନିଆଯିବା  ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ । 

କୂଆଁପଡା ଗ୍ରାମର କିଛି ଅସହାୟ ମହିଳା ଓ ଯୁବକ , ଯୁବତୀମାନେ  ସରକାରୀ ସହାୟତା ଲାଗି ନିବେଦନ କରିଥିଲେ । 

ଏହାପରେ ଜିଲ୍ଲାପାଳ ଶ୍ରୀପଣ୍ଡା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ତମ ବୌଦ୍ଧ ମନ୍ଦିର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କୁ ମନ୍ଦିର ପରିସର ମଧ୍ୟରେ  ନିର୍ମାଣ ହୋଇଥିବା ପଦ୍ମସମ୍ଭ ବୋଟିଙ୍ଗ ପରିଦର୍ଶନ କରି ବହୁତ ଖୁସୀ ଅନୁଭବ କରିବା ସହ କୋଫି ଗୃହ ନିକଟରେ ଚାରା ରୋପଣ କରିଥିଲେ । ମନ୍ଦିରର ସୌନ୍ଧର୍ଯ୍ୟ କାରୁକାର୍ଯ୍ୟ ଦେଖି ଖୁସି ବ୍ଯକ୍ତ କରିଥିଲେ।   

ଜିରାଙ୍ଗ ଏବଂ ଖସଡ଼ା ଜଳ ପ୍ରପାତକୁ ମଧ୍ୟ ଅଧିକ ଆକର୍ଷଣୀୟ କରିବା ସହ ଜିଲ୍ଲାର ବିକାଶ କରିବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପିଡିଡିଆରଡିଏ ଅନାମ ଚରଣ ପାତ୍ର , ପିଏ ଆଇଟିଡିଏ ସରୋଜ ବେହେରା , ବିଡିଓ ସାର୍ଥକ ସୌରଭ ମହାପାତ୍ର , ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା , ଅତିରିକ୍ତ ତହସିଲଦାର ଆଶିଷ୍ଟ କୁମାର ପ୍ରଧାନ , ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା , ବ୍ଲକ୍ ସହକାରୀ ନିବାହୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ , ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ , ପିଇଓ ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault