ହେଡଲାଇନସ୍:

ପଞ୍ଜାବ ନ୍ୟାସନାଲ  ବ୍ୟାଙ୍କ ପକ୍ଷରୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ  ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ  ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଆସୁଛନ୍ତି । ଡାକ୍ତରଖାନାର ଔଷଧ ଦୋକାନ (ଫାର୍ମାସି)ରୁ ଅନେକ ଔଷଧ ମଧ୍ୟ କିଣୁଛନ୍ତି । ତେବେ କରୋନା ମହାମାରୀ ସମୟରେ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଔଷଧ ଦୋକାନରେ କ୍ୟାସଲେସ  ଟ୍ରାଞ୍ଜାକ୍ସନ୍ ନିମନ୍ତେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ଫାର୍ମାସୀକୁ କେତେ ଗୁଡିଏ ପଏଂଟ ଅଫ୍ ସେଲ୍ (ପିଓଏସ୍) ବା ସ୍ୱାଇପ୍ ମେସିନ୍ ପ୍ରଦାନ କରାଯାଇଛି ।

ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କର ଭୁବନେଶ୍ୱର ଜୋନାଲ୍ ଅଫିସର ଜୋନାଲ୍ ମ୍ୟାନେଜର ଶ୍ରୀ ସଞ୍ଜୀବ ଭରଦ୍ୱାଜ ମଙ୍ଗଳବାର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ  ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମେସିନ୍ ଗୁଡ଼ିକର ଉଦ୍ଘାଟନ କରିଛନ୍ତି । ସେହିପରି ରୋଗୀ ସେବା ନିମନ୍ତେ ପିଏନବି  ପକ୍ଷରୁ ଏକ ସ୍ଟ୍ରେଚର  ଓ ହ୍ୱିଲ୍ ଚେୟାର ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ହସ୍ପିଟାଲ୍ ପରିସରରେ ବୃକ୍ଷ ରୋପଣ କରିଛନ୍ତି ଶ୍ରୀ ଭରଦ୍ୱାଜ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସନାଲ   ଡିନ୍ ଡାକ୍ତର ଅଜୟ ଜେନା, ସୋଆର ଚାର୍ଟାଡ ଆକାଉଂଟାଂଟ ଶ୍ରୀ ସରୋଜକାନ୍ତ ସାମଲ୍, ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ ମୁଖ୍ୟ ଶ୍ରୀ ପରେଶ କୁମାର ଦାସ, ଗଭର୍ଣ୍ଣମେଂଟ ବିଜିନେସ୍ ଭର୍ଟିକାଲ୍ ଶ୍ରୀ ପ୍ରତାପ ବୈରସିଂ, ସମ୍ ଫାର୍ମାସୀ ମୁଖ୍ୟ ଶ୍ରୀମତି ଯସ୍ମୀନ୍ ପଣ୍ଡା, ଫ୍ରନ୍ଟ ଅଫିସ୍ ମ୍ୟାନେଜର ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ, ଓଏସ୍ଡି ଶ୍ରୀ ପ୍ରହ୍ଲାଦ ମହାନ୍ତି , ଡେପୁଟି ଡାଇରେକ୍ଟର୍ ଶ୍ରୀ ପ୍ରିୟବ୍ରତ ଦାସ, ପେସେଂଟ ରିଲେସନ୍ସ ଅଫିସର ଶ୍ରୀ ଲିଙ୍ଗରାଜ ରଥ ଓ ଆକାଉଂଟସ୍ ଅଫିସର୍ ଶ୍ରୀ ଦୀପ୍ତିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ

 

0
0
0
s2sdefault