ହେଡଲାଇନସ୍:

ବନବାସୀ କଲ୍ୟାଣ ଆଶ୍ରମ ପକ୍ଷ ରୁ ସରକାରୀ ଡାକ୍ତରଖାନାକୁ ଅକ୍ସିଯେନ କଂସେନ୍ଟରେଟର ଦାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ରେ ବନବାସୀ କଲ୍ୟାଣ ଆଶ୍ରମର ଟିଟିଲାଗଡ ଶାଖା ତରଫରୁ ଅକ୍ସିଯେନ କ୍ୟାନ୍ସେଣ୍ଟଟର ପ୍ରଦାନ କରାଯାଇଛି। ବନବାସୀ କଲ୍ୟାଣ ଆଶ୍ରମ ର ସମ୍ପାଦକ ତଥା ପ୍ରାନ୍ତୀୟ ସଂଗଠନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଭାଟି ଙ୍କ ନେତୃତ୍ୱରେ ସଂଗଠନ ର ଏକ ଟିମ୍ ଟିଟିଲାଗଡ ସହର ସ୍ଥିତ ସରକାରୀ ଡାକ୍ତରଖାନା ରେ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ନାୟକ ଙ୍କୁ ଅକ୍ସିଯେନ କ୍ୟାନ୍ସେଣ୍ଟଟର ପ୍ରଦାନ କରିଥିଲେ । ଏହି ଅବସର ରେ କମ୍ଭୁ ପାଢ଼ୀ, ଗୋପାଳ ଲାଠ, ଅଭିଷେକ ଦର୍ଜୀ, ଗୀତାଞ୍ଜଳି ଭୋଇ, ଶ୍ୟାମା ପ୍ରସାଦ ଗରିଆ, ବିକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ଡାକ୍ତରଖାନା ରେ ରୋଗୀ ମାନଙ୍କ ସୁବିଧା ଓ ଉପଯୋଗ ପାଇଁ ଦାନ କରାଯାଇଛି ବୋଲି ସଦସ୍ୟ ମାନେ କହିଥିଲେ।

0
0
0
s2sdefault