ହେଡଲାଇନସ୍:

ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ତ୍ରିମୂର୍ତ୍ତି ତିଆରିକରି ଚର୍ଚ୍ଚାରେ ମଧୁସ୍ମିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ  - ଜଗନ୍ନାଥଙ୍କ  ପ୍ରେମରେ ହୀରାକୁଦ ସହରର ମଧୁସ୍ମିତା ନାଏକ ।  ନିଜ ହାତରେ ତିଆରି କରୁଛନ୍ତି ଭିନ୍ନ ଭିନ୍ନ ଆକୃତିର ତ୍ରିମୁର୍ତ୍ତୀ ।  ଚଳିତ ବର୍ଷ  ଧାନ , ଲବଙ୍ଗ ଓ ପିସ୍ତାବାଦାମ ଓ ଗୁଆରେ ଅତିସୁନ୍ଦର ଭାବେ ତିନି ଠାକୁରଙ୍କ ମୂର୍ତ୍ତୀ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ମଧୁସ୍ମିତା । ଆସନ୍ତୁ ସମ୍ବଲପୁର ହୀରାକୁଦ ସହରର ଏହି ଜଗନ୍ନାଥ ପ୍ରେମୀ ଙ୍କ ଉପରେ ଦେଖିବା ଆମର ସ୍ୱତନ୍ତ୍ର ରିପୋର୍ଟ। 

  ସମ୍ବଲପୁର ହୀରାକୁଦ ସହରରେ ରହନ୍ତି ମଧୁସ୍ମିତା ନାୟକ ।  ପ୍ରତିବର୍ଷ ରଥଯାତ୍ରା ସମୟରେ  କିଛି  ନୂଆଁ ଶୈଳିରେ  ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ତିଆରି କରି ଚର୍ଚ୍ଚାକୁ ଆସିଥାଆନ୍ତି ମଧୁସ୍ମିତା ।  ତେବେ ଚଳିତ ବର୍ଷ ଖୁବ କମ ସମୟରେ ଗୁଆ ଲବଙ୍ଗ ଧାନ ଓ ପିସ୍ତା ବାଦାମରେ ତିନି ବିଗ୍ରହଙ୍କ ମୂର୍ତ୍ତୀ ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।  ଖୁବ ଯତ୍ନର ସହ ଗୋଟା ଗୁଆକୁ ଲବଙ୍ଗ ଓ ପିସ୍ତା ବାଦାମ ମିଶେଇ ସେ ଅତି ସୁନ୍ଦର ଭାବରେ  ତିଆରି କରିଛନ୍ତି ତିନି ବିଗ୍ରହଙ୍କ ପ୍ରତିମୂର୍ତ୍ତୀ । ସେ ପିଲା ଟି ଦିନରୁ ଜଗନ୍ନାଥ ଙ୍କ ଜଣେ ଭକ୍ତ ହୋଇଥିବା ବେଳେ ଠାକୁର ଙ୍କ ଆର୍ସିବାଦରେ ଏହା ସମ୍ଭବ ହୋଇପାରୁଥିବା କହିଛନ୍ତି ମଧୁସ୍ମିତା ।

  ନିଜ ପରିବାର ସହ ହୀରାକୁଦ ମାଛପଡାରେ ରହନ୍ତି ମଧୁସ୍ମିତା । ପ୍ରାୟ ପ୍ରତ୍ୟେକ ଦିନ ସମୟ ବାହାର କରି  ଆଙ୍କିଥାଆନ୍ତି ଜଗନ୍ନାଥଙ୍କ ଭିନ୍ନ ଭିନ୍ନ ଆକୃତିର ଚିତ୍ର ।  କେବଳ  ମୂର୍ତ୍ତୀ ତିଆରି କରନ୍ତି ତାହାନୁହେଁ ପିପଳ ପତ୍ରରେ ଜଗନ୍ନାଥଙ୍କ ଚିତ୍ର ଆଙ୍କିବା , ପଥରକୁ ସୁନ୍ଦର ଭାବରେ ଜଗନ୍ନାଥଙ୍କ ଆକୃତି ଦେବା ସହ ବୋତଲରେ ମଧ୍ୟ ଖୁବ ସୁନ୍ଦର ଓ ଆକର୍ଷଣିୟ ଚିତ୍ର କରିବାରେ ବେସ ସିଦ୍ଧହସ୍ତ ମଧୁସ୍ମିତା ।  ମଧୁସ୍ମିତା ଙ୍କ ଜଗନ୍ନାଥଙ୍କ ମୁର୍ତ୍ତୀ ତିଆରି କରିବା ଓ ଆଙ୍କିବାରେ କାଯ୍ୟ ରେ ତାଙ୍କ ପରିବାରବର୍ଗ ସହ ପଡୋଶୀ ମାନେ ମଧ୍ୟ ବେସ ଖୁସି ଥିବା କହିଛନ୍ତି । ମଧୁସ୍ମିତା ଙ୍କ ପ୍ରଭୁ ଜଗନ୍ନାଥ ପ୍ରତି ଥିବା ଅତୁଟ ଭକ୍ତି ପାଇଁ ସେ ଜଗନ୍ନାଥ ପ୍ରେମୀ ଭାବରେ ସମଗ୍ର ହୀରାକୁଦ ସହରରେ ପ୍ରଶିଦ୍ଧି ହୋଇପାରିଛନ୍ତି ।

0
0
0
s2sdefault