ହେଡଲାଇନସ୍:

ରଖେ ହରି ତ ମାରେ କିଏ : ପାଂଚ ଦିନ ପରେ ଜଙ୍ଗଲରୁ ଫେରିଲେ ବାପ ଝିଅ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ(ଶାସକ ପ୍ରଶାସକ) - କଥାରେ ଅଛି ଯେ “ରଖେ ହରି ତ ମାରେ କିଏ” ଏହି ଉକ୍ତି ଟିକୁ ସତ୍ୟ ବୋଲି ପ୍ରମାଣିତ କରି ଦେଖାଇଦେଇଛନ୍ତି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳ ଗ୍ରାମର ଗୋଟିଏ ପରିବାରର ଦୁଇ ଜଣ ବାପ ଝିଅ । ଦୀର୍ଘ ପାଂଚ ଦିନ ଧରି ବାଟ ବଣା ହୋଇ ଭୋକ ଉପସରେ ଜଙ୍ଗଲରେ ଘୁରିବୁଲି ବହୁ କଷ୍ଟରେ ଶୁକ୍ରବାର ଭୋରରେ ଜଙ୍ଗଲ ତଲ ଜାମପାଲି ଗ୍ରାମରେ ପହଂଚିଥିଲେ । ଜାମପାଲି ଗ୍ରାମକୁ ପହଂଚିଲା ସମୟରେ ବାପ ଝିଅ ବର୍ଷାରେ ଭିଜି ଓଦା ହୋଇଥିବା ସହ ଭୋକରେ ଅଣାୟତ୍ତ  ହୋଇପଡିଥିଲେ । ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ଉଭୟ ବାପ ଝିଅଙ୍କୁ ପିନ୍ଧିବା ପାଇଁ ଲୁଗା ଦେବା saha ସହ ଖାଇବାକୁ ଦେଇ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ । ଟାଳ ଗ୍ରାମ ସହିତ ମେଲଛାମୁଣ୍ଡା ପୁଲିସକୁ ଖବର ଦେବାରୁ ପୂର୍ବରୁ ଉଭୟଙ୍କୁ ଖୋଜା ଖୋଜିରେ ବ୍ୟସ୍ତଥିବା ମେଲଛାମୁଣ୍ଡା ଭାରପ୍ରାପ୍ତ ଥାନାଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ଘଟଣା ସ୍ଥଳରେ ପହଂଚିଥିଲେ |  ଉଭୟ ବାପ ଝିଅଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ବୁଝାସୁଝା କରିବା ସହ ଟାଳସ୍ଥିତ ତାଙ୍କ ପରିବାର ପାଖରେ ଛାଡିଥିଲେ । ବାପ ଝିଅ ଗାଁରେ ପହଂଚିବା ଖବର ପାଇ ସେମାନଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା । ବାପ ଝିଅ ପାଂଚ ଦିନର ସଂର୍ଘଷମୟ ଯାତ୍ରା ବଖାଣିଥିଲେ ଯାହାକି ଗ୍ରାମବାସୀଙ୍କୁ  ଆଶ୍ଚର୍ଯ୍ୟଚକିତ କରିଥିଲା । ଜଙ୍ଗଲ ମଧ୍ୟରେ ଦୀର୍ଘ ପାଂଚ ଦିନ ପର୍ଯ୍ୟନ୍ତ କେବଳ ପାଣି ପିଇବା ସହ ବିଭିନ୍ନ ହିଂସ୍ର ଜନ୍ତୁଙ୍କ କବଳରୁ ବଂଚି ଆସିବା ଭଗବାନଙ୍କ ଆର୍ଶିବାଦ ନୁହେତ ଆଉ କଣ ହୋଇପାରେ । ସେ ଯାହା ବି ହେଉ ଉଭୟ ବାପ ଝିଅ ନୂତନ ଜୀବନ ନେଇ ଗାଁକ ଫେରିଥିବାରୁ ଗ୍ରାମବାସୀ ଖୁସି ଯାହିର କରିଛନ୍ତି । ପ୍ରକାଶ ଯୋଗ୍ୟ ଯେଟାଳ ଗ୍ରାମର ବୁଟୁ ବରିହା (୬୫) ଏବଂ ତାଙ୍କ ଅବିବାହିତ ଝିଅ ଚନ୍ଦ୍ରକାନ୍ତି ବରିହା (୩୫) ଗତ ସୋମବାର ସକାଳେ କେନା ଶାଗ ତୋଲି ଆଣିବା ପାଇଁ ଗ୍ରାମ ମୁଣ୍ଡରେ ଥିବା ଝାଂଜ ବାହାଡକୁ ଚଢିଥିଲେ । ମାତ୍ର ଦୀର୍ଘ ଚାରି ଦିନ ବିତିଯାଇଥିଲେ ମଧ୍ୟ ବାପ ଝିଅ ଘରକୁ ନ ଫେରିବାକୁ ନେଇ ପରିବାର ବର୍ଗ ଏବଂ ଗ୍ରାମ ବାସୀ ଚିନ୍ତାରେ ପଡିଯାଇଛନ୍ତି । ବୁଧବାର ଗ୍ରାମର ୫୦ରୁ ଉର୍ଧ୍ଵ  ସ୍ୱେଚ୍ଛାସେବୀ ଜଙ୍ଗଲ ଭିତରେ  ଉଭୟ ବାପ ଝିଅଙ୍କୁ ଖୋଜିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଉଭୟ ବାପ ଝିଅଙ୍କୁ ଠାବ କରିବା ପାଇଁ ମେଲଛାମୁଣ୍ଡା ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରୟାସ ଚଳାଇଥିଲେ  ମେଲଛାମୁଣ୍ଡା ଭାରପ୍ରାପ୍ତ ଥାନାଧିକାରୀ । ଶେଷରେ ସବୁ କଳ୍ପନା ଜଳ୍ପନାର ଶେଷ କରି ଉଭୟ ବାପ ଝିଅ ନୂତନ ଜୀବନ ନେଇ ଫେରିଆସିଛନ୍ତି ।

 

0
0
0
s2sdefault