ହେଡଲାଇନସ୍:

୫୫ଲିଟର ମଦ ଜବତ : ୨ ବାଇକ ଜବତ,୨ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି । ଫଳରେ ଜନସାଧାରଣ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ନିଶା କାରବାର ଯୋଗୁଁ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ପଦ୍ମପୁର ପୁଲିସ ପକ୍ଷରୁ ନିଶାଖୋରମାନଙ୍କୁ ସାବାଡ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ରାତ୍ରିକାଳୀନ ପେଟ୍ରୋଲିଂକୁ କଡ଼ାକଡ଼ି କରି ଅସାମାଜିକ କାର୍ଯ୍ୟକଳାପ ପ୍ରତି ନଜର ରଖାଯାଉଛି । ବିଭିନ୍ନ ଗ୍ରାମାଞ୍ଚଳରୁ ସହରକୁ ମଦ ମାଫିଆମାନେ ଦେଶୀମଦ ଆଣୁଛନ୍ତି । ଏପରି ସୂଚନା ପାଇ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ ଢୋଲବନ୍ଧ ଛକରେ ଛପି ରହିଥିଲା । ଏହି ସମୟରେ ଜନକେଡା ଗ୍ରାମର ଦିଲ୍ଲୀପ କୁମ୍ଭାର ଏକ ବାଇକରେ ୩୦ ଲିଟର ଦେଶୀମଦ ଓ ଗୟାଧର ସାହୁ ୨୫ ଲିଟର ଦେଶୀମଦ ଆଣୁଥିବା ଅବସ୍ଥାରେ ଉଭୟଙ୍କୁ ପୁଲିସ ଟିମ୍ କାବୁ କରିଥିଲେ । ଉଭୟଙ୍କ ଠାରୁ ୫୫ ଲିଟର ମଦ, ୨ଟି ବାଇକ ଜବତ କରି କେଶ ନଂ ୧୩୯/୨୧ ଓ କେଶ ନଂ ୧୪୦/୨୧ରେ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

0
0
0
s2sdefault