ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ବାରବାଙ୍ଗ ଗ୍ରାମରେ ବିଦ୍ୟୁତ ଆଘାତରୁ ମୄତ୍ୟୁବରଣ କରିଥିବା ମାଁ ଓ ପୁଅ ଙ୍କ ଆଜି ଅନ୍ତିମ ସଂସ୍କାର କରିଛି ସମ୍ବଲପୁର ସହରର ସାମାଜିକ ସଂଗଠଳ ସମ୍ବଳ ଅନୁଷ୍ଠାନ । ଗତକାଲି ସଂଧ୍ୟାରେ ଚାରମାଲ ଥାନା ବାରବାଙ୍ଗ ଗ୍ରାମର ଯଶୋଦା ସାହୁ ଓ ତାଙ୍କ ଭିନ୍ନକ୍ଷମ ପୁଅ ସୁସାନ୍ତ ଙ୍କ ବିଦ୍ୟୁତ ଆଘାତରେ ମୄତ୍ୟୁ ଘଟିଥିଲା । ତେଣେ ମୄତ୍ୟୁବରଣ କରିଥିବା ମାଁ ଓ ପୁଅ ର ଆହୁ କେହି ନିଜ ଲୋକ ନଥିବାରୁ ଚାରମାଲ ପୋଲିସ ସେମାନଙ୍କ ସବସତ୍କାର ପାଇଁ ସମ୍ବଲପୁର ସହରର ସମ୍ବଲ ଅନୁଷ୍ଠାନ କୁ ସୁଚନା ଦେଇଥିଲା । ସମ୍ବଲ ଅନୁଷ୍ଠାନ ଆଜି ସମ୍ବଲପୁର ରାଜଘାଟ ଏହି ଉଭୟ ମା ଓ ପୁଅଙ୍କ ଶେଷକୄତ ସଂପୂର୍ଣ କରି ମାନବିକତା ର ପରିଚୟ ଦେଇଛି । ଆଜିଯାଏ ସମ୍ବଲପୁର ର ସମ୍ବଲ ଅନୁଷ୍ଠାନ ୪୮୦ ଜଣ ଅଜଣା ଲୋକଙ୍କ ଶବ ସତ୍କାର କରିସାରିଥିବା ଜଣାପଡିଛି ।