ହେଡଲାଇନସ୍:

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ମାର୍ଚ୍ଚ ୧୨ ତାରିଖ ୨୦୨୫ରେ ଭୁବନେଶ୍ୱରରେ ଆୟୋଜିତ ସିଆଇଆଇ ଓଡିଶା ଷ୍ଟେଟ ଆନୁଆଲ ଡେ’ ୨୦୨୫ରେ ଏହି ଘୋଷଣା କରାଯାଇଛି ।

ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ବେଦାନ୍ତ ଲିମିଟେଡର ଝାରସୁଗୁଡା, ଲାଞ୍ଜିଗଡସ୍ଥିତ ପ୍ଲାଂଟ ସମେତ ଖଣି ବ୍ୟବସାୟର ରଣନୈତିକ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ୨୯ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ସହିତ ସେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଓ ପରିଚାଳନାଗତ ଦକ୍ଷତା ହାସଲ କରିବା ଦିଗରେ ବେଦାନ୍ତ ଆଲୁମିନିୟମର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କମ୍ପାନୀକୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଭାବେ ଦୃଢ ଭାବେ ସ୍ଥାପିତ କରିଛନ୍ତି । ସେ ଗୁରୁତ୍ୱ ଦେଉଥିବା ପ୍ରମୁଖ କ୍ଷେତ୍ରଗୁଡିକ ମଧ୍ୟରେ ଉତ୍ପାଦନ ବିସ୍ତାର କରିବା, ବକ୍ସାଇଟ ଓ କୋଇଲା ସଂଶାଧନଗୁଡିକର ଉପଲବ୍ଧତା ବୃଦ୍ଧି କରିବା, ଅତିରିକ୍ତ ମୂଲ୍ୟ ପାଇଁ ଟେକ୍ନୋଲୋଜିର ଉପଯୋଗ କରିବା, ୨୦୫୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଓ ୨୦୩୦ ସୁଦ୍ଧା ନେଟ୍ ୱାଟର ପଜିଟିଭିଟି ହେବା ପାଇଁ ବେଦାନ୍ତର ଲକ୍ଷ୍ୟକୁ ଅନୁସରଣ କରିବା ପାଇଁ କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ସମସ୍ତ ପରିଚାଳନାରେ ପରିବେଶଗତ, ସାମାଜିକ ଓ ପରିଚାଳନା (ଇଏସଜି)ର ସର୍ବୋଚ୍ଚ ମାନ ବଜାୟ ରଖିବା ଆଦି ସାମିଲ ରହିଛି । ଶ୍ରୀଯୁକ୍ତ ଗୁପ୍ତାଙ୍କ ଦୃଢ ନେତୃତ୍ୱରେ ଏହା ପ୍ରମାଣିତ ହୋଇଛି ଯେ, ପ୍ରତିଶ୍ରୁତିବଦ୍ଧତା ତାଙ୍କ ଆଭିମୁଖ୍ୟର କେନ୍ଦ୍ରରେ ରହିଛି ।

ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା

ଶ୍ରୀଯୁକ୍ତ ଜି ସୁରେଶ ହେଉଛନ୍ତି ଜଣେ ଅଭିଜ୍ଞ ଲିଡର ଯିଏକି ଏଏମ୍/ଏନ୍ଏସ ଇଣ୍ଡିଆରେ ଓଡିଶା ଆସେଟର ତଦାରଖ କରୁଛନ୍ତି । ଏଏମ୍/ଏନଏସ ହେଉଛି ଇସ୍ପାତ ଶିଳ୍ପରେ ଉଦ୍ଭାବନ ଓ ଦକ୍ଷତାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ବୃହତ ଶିଳ୍ପଗୁଡିକର ପରିଚାଳନନା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ସହିତ ସେ ଏକ ବେନିଫିକେଶନ ପ୍ଲାଂଟ, ଏକ ସ୍ଲରି ପାଇପଲାଇନ, ପିଲେଟ ପ୍ଲାଂଟ, ଏକ ମେକାନାଇଜ୍ଡ ସିପ ଲୋଡିଂ ସିଷ୍ଟମ ଓ ଏକ କ୍ୟାପ୍ଟିଭ ପାୱାର ପ୍ଲାଂଟ ସମେତ ପ୍ରମୁଖ ବ୍ୟବସ୍ଥାଗୁଡିକରେ ଉତ୍କର୍ଷତାକୁ ପରିଚାଳନା କରୁଛନ୍ତି ।

ତାଙ୍କ ନେତୃତ୍ୱ ଅଧିନରେ ଓଡିଶା ଆସେଟ୍ ଏଏମ୍/ଏନ୍ଏସ ଇଣ୍ଡିଆର ଭିଜନ ୨୦୩୦ ସହ ସମନ୍ୱୟରେ ସୁରକ୍ଷା, ସହଭାଗିତା ଓ ପରିଚାଳନାଗତ ଉତ୍କର୍ଷତାର ଏକ ସଂସ୍କୃତି ହାସଲ କରିଛି । ତାଙ୍କର ରଣନୈତିକ ଓ ଅଭିନବ ଦୃଷ୍ଟିକୋଣ ନିଶ୍ଚିତ କରିଛି ଯେ, ଏହି ସମ୍ପତି କମ୍ପାନୀର ବିକାଶ ଓ ସ୍ଥାୟିତ୍ୱ ପ୍ରୟାସଗୁଡିକର ଏକ ମୂଳଦୁଆ ଭାବେ ବଜାୟ ରହିଛି । ଉଦ୍ଭାବନ ଓ ନିରନ୍ତର ଉନ୍ନତିକରଣ ପ୍ରତି ତାଙ୍କର ପ୍ରତିବଦ୍ଧତା ମାଧ୍ୟମରେ ସୁରେଶ ଜି ଗ୍ଲୋବାଲ ଷ୍ଟିଲ ଇଣ୍ଡଷ୍ଟ୍ରୀରେ ଏକ ଲିଡର ଭାବେ ଏଏମ୍/ଏନଏସ ଇଣ୍ଡିଆର ସ୍ଥିତିକୁ ସୁଦୃଢ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଏହାର ବାର୍ଷିକ ବୈଠକ ସହ ସମନ୍ୱୟରେ ସିଆଇଆଇ ଓଡିଶା ପକ୍ଷରୁ ‘ବିକଶିତ ଓଡିଶାଅ୨୦୩୬: ଟୁୱାର୍ଡସ ସେଟିଂ ଦ ଏଜେଣ୍ଡା ଫର ନେଶନ ବିଲ୍ଡିଂ’ ଉପରେ ଏକ ଅଧିବେଶନର ଆୟୋଜନ କରିଥିଲା । ନିଜର ଉଦ୍ଘାଟନୀ ଅଭିଭାଷଣରେ ସିଆଇଆଇ ଇଷ୍ଟର୍ଣ୍ଣ ରିଜିଅନ କାଉନ୍ସିଲର ଅଧ୍ୟକ୍ଷ ଶୁଭେନ୍ଦ୍ର ବେହେରା ରାଜ୍ୟଗୁଡିକରେ ବିଦ୍ୟୁତ ମୂଲ୍ୟ ପ୍ରତିଯୋଗିତା ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ସୌର ଶକ୍ତି କ୍ଷେତ୍ରରେ ୟୁନିଟ ପିଛା ସର୍ବନିମ୍ନ ୧.୭୫ ଟଙ୍କା ମୂଲ୍ୟ ସହିତ ରାଜସ୍ଥାନ ଅଗ୍ରଣୀ ରହିଛି । ସେ ମଧ୍ୟ ନିବେଶକମାନଙ୍କୁ ଓଡିଶାର ବିନା ସର୍ବୋଚ୍ଚ ସୀମାରେ ୩୦%ର ସବ୍ସିଡି ସମ୍ପର୍କରେ ଅବଗତ କରାଇଥିଲେ, ଯାହାକି ଦକ୍ଷିଣାଂଚଳରେ ସମାନ ସ୍କିମଗୁଡିକ ବ୍ୟତୀତ ପଡୋଶୀ ରାଜ୍ୟଗୁଡିକ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଅଟେ । ଏହାଛଡା ସେ ଏମ୍ଏସ୍ଏମ୍ଇଗୁଡିକ ପାଇଁ ବାଉଣ୍ଡ୍ରି ୱାଲ ସହ ଜମି ପ୍ରଦାନ କରିବା ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ, ଏହା ହେଉଛି ଏକ ପଦକ୍ଷେପ ଯାହା ଯୁବ ଉଦ୍ୟୋଗୀଙ୍କୁ ଲାଭାନ୍ୱିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ଓଡିଶା ଆସେଟ ଏଏମ୍/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ୨୦୨୪-୨୫ର ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ମହାନ୍ତି ଓଡିଶାର ମଜବୁତ ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି, “ଓଡିଶା ବାର୍ଷିକ ହାରାହାରି ୧୧.୫-୧୨% ହାରରେ ବୃଦ୍ଧି ପାଉଥିବା ବେଳେ ସଦ୍ୟତମ ଜିଡିପି ଆକଳନ ୭.୫% ରହିଛି । ଆମର ଲକ୍ଷ୍ୟ ହେଉଛି ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବା, ଯାହା କୃଷି, ଉତ୍ପାଦନ ଓ ସେବା କ୍ଷେତ୍ରରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଆବଶ୍ୟକ କରୁଛି ।” ସେ ମଧ୍ୟ ରେଖାଙ୍କିତ କରିଛନ୍ତି ଯେ, ଓଡିଶାର କୃଷି କ୍ଷେତ୍ର ଜାତୀୟ ହାରକୁ ପଛରେ ପକାଇଛି, ଯାହା ଏହାର ଦୃଢ ସମ୍ଭାବନାକୁ ପ୍ରତିଫଳନ କରୁଛି ।

ଧାମରା ବନ୍ଦରର ସିଇଓ ଦେବେନ୍ଦ୍ର ଠାକର ମଲ୍ଟିମୋଡାଲ ଲଜିଷ୍ଟିକ୍ର ମହତ୍ୱ ଏବଂ ଓଡିଶାକୁ ଏକ ରାଜ୍ୟ-ସ୍ୱତନ୍ତ୍ର ଲିଜିଷ୍ଟିକ୍ସ ମଡେଲ ଭାବେ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ଅନ୍ୟମାନଙ୍କ ପାଇଁ ଏକ ବେଂଚମାର୍କ ଭାବେ କାର୍ଯ୍ୟ କରିପାରିବ । ସେ ପରିବହନ ଭିତିଭୂମିକୁ ଉନ୍ନତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରଣାଳୟଗୁଡିକ ମଧ୍ୟରେ ଉତମ ସହଭାଗିତା ପାଇଁ ଆହ୍ୱାନ ଦେଇଥିଲେ । ସେ ଏକ ସମାବେଶୀ ଶିଳ୍ପ ଇକୋସିଷ୍ଟମ ଗଠନ କରିବାର ଆବଶ୍ୟକତାକୁ ହାଇଲାଇଟ କରିଥିଲେ ଯେଉଁଠାରେ ଏମ୍ଏସଏମଇ, ମହିଳା ଉଦ୍ୟୋଗୀ ଓ ଆଦିବାସୀ ବ୍ୟବସାୟଗୁଡିକ ସଫଳ ହୋଇପାରିବେ । ସେ ଉଦୀୟମାନ ଶିଳ୍ପଗୁଡିକର କର୍ମବଳ ଚାହିଦାକୁ ପୂରଣ କରିବା କ୍ଷେତ୍ରରେ ଜରୁରୀ ଉପାଦାନ ଭାବେ ଡିଜିଟାଲୀ କରଣ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ୨୦୨୪-୨୫ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ଅଂଶଗ୍ରହଣକାରୀ ଓ ହିତାଧିକାରୀଙ୍କୁ ସେମାନଙ୍କର ମୂଲ୍ୟବାନ ଯୋଗଦାନ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ହାଇଲାଇଟ ଥିଲା ସିଆଇଆଇ ଇଣ୍ଡଷ୍ଟ୍ରୀ କାର୍ନିଭାଲ ଆୱାର୍ଡସ, ଯାହା ଓଡିଶାରେ ଶିଳ୍ପର ବିକାଶ ଓ ଅର୍ଥନୈତିକ ପ୍ରଗତି ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ କ୍ଷେତ୍ରର ପ୍ରମୁଖ ଶିଳ୍ପଗୁଡିକୁ ସ୍ୱୀକୃତି ପ୍ରଦାନ କରିଥିଲା ।

ଉଦ୍ଘାଟନୀ ଅଧିବେଶନ ପରେ ‘ଇଜି କ୍ରେଡିଟ ଫ୍ଲୋ ଆଣ୍ଡ ଷ୍ଟ୍ରଙ୍ଗ ସପ୍ଲାଇ ଚେନ: ଦ ବ୍ୟାକବୋନ ଅଫ୍ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍’ ବିଷୟବସ୍ତୁ ଉପରେ ଏକ ବୈଷୟିକ ଆଲୋଚନା ଆୟୋଜିତ ହୋଇଥିଲା । ଏସାର ମିନମେଂଟ ଲିମିଟେଡର ଏମ୍ଡି ଓ ସିଇଓ ଶ୍ରୀଯୁକ୍ତ ଶଶି ଶେଖର ମହାନ୍ତୀ ଏହି ଅଧିବେଶନକୁ ପରିଚାଳନା କରିଥିଲେ । ଅଧିବେଶନରେ ବହୁ ବିଶିଷ୍ଟ ପାନେଲିଷ୍ଟ ଯେପରିକି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରୀଜ ଲିମିଟେଡର ପରାମର୍ଶଦାତା ବିଭୁ ମିଶ୍ର, ଏଂଟରପ୍ରାଇଜ ସିଷ୍ଟମ୍ସ ସଲ୍ୟୁଶନ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଓ ସିଇଓ ସୁଧିର ଜୈସୱାଲ, ସ୍ୱଦେଶ ଇନ୍ଫ୍ରା ମାର୍କେଟିଂ ପ୍ରାଇଭେଟ ଲିମିଟେଡର ଏମ୍ଡି ସ୍ୱୟଂ ପ୍ରକାଶ ବରାଳ, ଏନ୍ ମାନେକ ପ୍ରାଇଭେଟ ଲିମିଟେଡର ପ୍ରମୋଟର ନିତିନ ମାନେକ, ସଷ୍ଟେନେବୁଲ ଆଉଟରିଚ ଆଣ୍ଡ ୟୁନିଭର୍ସାଲ ଲିଡରସିପ (ଏସ୍ଓୟୁଏଲ୍)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସସ୍ମିତା ସାମନ୍ତ ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଜେନେରାଲ ମ୍ୟାନେଜର ରାଜେଶ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault