ହେଡଲାଇନସ୍:

ସମ୍ କୋଭିଡ୍ ହସ୍ପିଟାଲରୁ  ସୁସ୍ଥ ହୋଇ ଘରକୁ ଫେରିଲେ ୯୭ ବର୍ଷୀୟା ବୟୋଜ୍ୟେଷ୍ଠା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ  ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ । ସମ୍ କୋଭିଡ ହସ୍ପିଟାଲରୁ  ପୁଣି ଜଣେ ବୟୋଜ୍ୟେଷ୍ଠା  ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବାଲେଶ୍ୱର ଅଂଚଳର ଶ୍ରୀମତି ଚଂଚଳା ବେହେରା ଗତ ଜୁନ୍ ମାସ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ହସ୍ପିଟାଲରେ  ଭର୍ତି ହେବା ସମୟରେ ସେ ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ସମସ୍ୟା ଯୋଗୁଁ ଗୁରୁତର ହୋଇପଡ଼ିଥିଲେ ।

ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ପୂର୍ବରୁ ହୃଦରୋଗ ଜନିତ ସମସ୍ୟା ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଯାଇଥିଲା । ତେବେ ସମ୍ କୋଭିଡ୍ ଟିମର  ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଦୀର୍ଘ ୨୦ ଦିନ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଚଂଚଳା ।

ସେ ସୁସ୍ଥ ହେବା ପରେ ଘରକୁ ଯିବା ସମୟରେ ସମ୍ କୋଭିଡ ଟିମକୁ  ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ବୋହୁ ଶ୍ରୀମତି ତପସ୍ୱିନୀ ବେହେରା । 

0
0
0
s2sdefault