ହେଡଲାଇନସ୍:

ପୋଲିସ ଖାପଚରେ ନକଲି ଜିନ୍ସ ବେପାରୀ, ୨ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ -ନକଲି ଜିନିଷର ପେଣ୍ଠସ୍ଥଳ ପାଲଟିଛି ସମ୍ବଲପୁର ସହର । ନକଲି ଡିଟରଜେଣ୍ଟ କାରବାର ପରେ ଏବେ ଧରା ପଡିଛି ନକଲି ଜିନ୍ସ କାରବାର । ବ୍ରାଣ୍ଡେଡ଼ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଜିନ୍ସ । ସମ୍ବଲପୁର ଟାଉନ ଥାନା ପୋଲିସ ଏମିତି ଏକ ନକଲି କାରବାର ଠାବ କରିବା ସହ 2 ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ସମ୍ବଲପୁର ଗୁଜୁରାଟୀ କଲୋନୀର ଅଜୟ ମୁର୍ଜନୀ ନାମକ ଜଣେ କପଡା ବ୍ୟବସାୟୀଙ୍କ ଗୋଦାମ ଘର ଓ ଗୋଲ ବଜାର ମାର୍କେଟ ଅଞ୍ଚଳରେ ଥିବା ଏକ ରେଡିମେଡ ଡ୍ରେସ ଦୋକାନରେ ସମ୍ବଲପୁର ଏସ.ପି ବତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପୋଲିସ ଚଢ଼ାଉ କରି ବ୍ୟାପକ ପରିମାଣର ନକଲି ଜିନ୍ସ ଜବତ କରିଛି । ଗୁଜୁରାଟୀ କଲୋନୀର ଏକ ଗୋଦାମରୁ 464ଟି ଡୁପ୍ଲିକେଟ ସ୍ପାର୍କୀ କମ୍ପାନୀର ଜିନ୍ସ ପ୍ୟାଣ୍ଟ ଓ ଗୋଲବଜାରର ଏକ ଡ୍ରେସ ଦୋକାନରୁ 60 ଟି ଡୁପ୍ଲିକେଟ ସ୍ପାର୍କୀ ଜିନ୍ସ, ସ୍ପାର୍କୀ କଭର ଜବତ କରିଛି ।ଏହି ନକଲି କାରବାରରେ ସମ୍ବଲପୁର ଟାଉନ ଥାନା ପୋଲିସ, ଅଜୟ ମୂର୍ଜାନି ଓ ଅସଗର ଖାନ ନାମକ 2 ବ୍ୟକ୍ତିଙ୍କୁ ଗିରଫ କରିଛି । ଯୁଗଳ କିଶୋର ଆହୁଜା ନାମକ ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ସମ୍ବଲପୁର ପୋଲିସ ଏମାନଙ୍କୁ ଗିରଫ କରିଛି । 2 ଦିନ ପୂର୍ବରୁ ଲକ୍ଷ୍ମୀ ଟକିଜ ଛକ ଅଞ୍ଚଳରେ ଥିବା ଏକ ଦୋକାନରେ ମଧ୍ୟ ଡୁପ୍ଲିକେଟ ଜିନ୍ସ ବିକ୍ରି ହେଉଥିବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଥିଲା ।ମିଳିଥିବା ସୂଚନା ଅନୁସାରେ କୋଲକାତାରୁ ଏହି ନକଲି ବ୍ରାଣ୍ଡର ସାମଗ୍ରୀ ଆଣି ସମ୍ବଲପୁରରେ କେତେକ ବ୍ୟବସାୟୀ ଏହି କାରବାର କରୁଥିଲେ ।

0
0
0
s2sdefault