ହେଡଲାଇନସ୍:

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗଙ୍କ  ତତ୍ଵାବଧାରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  କରାଯାଇ ବିଭିନ୍ନ ୨୦ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛର ଚାରା ରୋପଣ କରାଯାଇଥିଲା। ପରିବେଶ ସୁରକ୍ଷା ନିମନ୍ତେ ଏବଂ ବର୍ତ୍ତମାନ ମନୁଷ୍ୟ ନିଜର ସୁଖ ସ୍ଵାଚ୍ଛନ୍ଦୀୟ ପାଇଁ କଣ କରୁଛି ପରିବେଶର ସମସ୍ତ ଜିନିଷକୁ ନିଜର ହାତବାରିସୀ କରି ବ୍ୟବହାର କରୁଛି । ଯେପରିକି ଗଛକୁ କାଟି ଘର ତିଆରି କରିବାରେ ଏବଂ ବିଭିନ୍ନ ଆସବାସ ଉପକରଣ କରିବା ପାଇଁ ବ୍ୟବହାର କରିଚାଲିଛି। ଯା'ଫଳରେ ଗଛର ପରିମାଣ ବର୍ତ୍ତମାନ କମିଯାଉଛି ।  ବଞ୍ଚି ରହିବା ପାଇଁ ମୌଳିକ ଉପାଦାନ ଟି ଆବଶ୍ୟକ ତାହା ହେଉଛି ଅମ୍ଳଜାନ। ସେହି ଅମ୍ଳଜାନର ପରିମାଣ କମିବାରେ ଲାଗିଛି। ଯାହାଫଳରେ ଆମେ ବିଭିନ୍ନ ରୋଗ ଦ୍ବାରା ଆକ୍ରାନ୍ତ ହେଉଛୁ। ଏହି ସମସ୍ତଙ୍କୁ ଆଖି ଆଗରେ ରଖି ସରକାର ଏହି ବନ ମହୋତ୍ସବ କରିବା ପାଇଁ ଅର୍ଥାତ ଏହି ଯୋ ବନ ମହୋତ୍ସବ ସପ୍ତାହ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। 

ଏହି ସମୟରେ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ଚାଲୁରହିଛି। ଯା'ଫଳରେ ଆମର ବୃକ୍ଷର ପରିମାଣ ବୃଦ୍ଧି ପାଇବ ଏବଂ ଆମେ ଉପଯୁକ୍ତ ପରିମାଣର  ଅମ୍ଳଜାନ ପାଇପାରିବା ଏବଂ ବିଭିନ୍ନ ରୋଗ ଆକ୍ରମଣରୁ ରକ୍ଷା ପାଇ ପାଇବା ବୋଲି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ କହିଥିଲେ। 

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ସେକ୍ସନ ଅଫିସର ହରିକୃଷ୍ଣ  ମହାପାତ୍ର , ଇପି  ସଂଜୟ ପାତ୍ର ,  ସୁରେନ୍ଦ୍ର ପାତ୍ର , ଲିଙ୍ଗରାଜ ସାହୁ , ପ୍ରିୟଦର୍ଶୀ ମିଶ୍ର , କିଶୋର ଦାସ ପ୍ରମୁଖ  ଉପସ୍ଥିତ ଥିଲେ l

0
0
0
s2sdefault