ନିର୍ମାଣାଧିନ ପ୍ରକଳ୍ପର ପରିଦର୍ଶନ ସହିତ ନୂତନ ବସଷ୍ଟାଣ୍ଡ ଓ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସାରିିବାକୁ ନିର୍ଦ୍ଦେଶ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଓଡ଼ିଶା ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ପରିଚାଳକ ସଞ୍ଜୟ କୁମାର ମହାପାତ୍ର, ଡେପୁଟି ସିଇଓ ଓରମାସ ପ୍ରବୀଣ କୁମାର ଝା ଓଡ଼ଗାଁ ବ୍ଲକ ଗସ୍ତରେ ଆସି ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ପରିଦର୍ଶନ କରିଛନ୍ତି । ଏହି ଗସ୍ତ ତଥା ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ ପରେ ଅସମ୍ପୁର୍ଣ୍ଣ କାର୍ଯ୍ୟ ଗୁଡିକୁ ତୁରନ୍ତ ସାରିବାକୁ ଜିଲ୍ଲାପାଳ ବ୍ଳକ ପ୍ରଶାସନକୁ କହିଥିଲେ । ଏଥି ସହିତ ଓଡ଼ଗାଁ ଠାରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ଓ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ସାରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିରଜାଇ ପ୍ରାଥମିକ ବିଦ୍ୟାଳୟ ଗୃହରେ ଛତୁ ଇଷ୍ଟ ପ୍ରକ୍ରିୟା କରଣ କେନ୍ଦ୍ର ଆରମ୍ଭ କରିବାକୁ ଓରମାସ ଡେପୁଟି ସିଇଓ ପ୍ରବତାଇଥିଲେ । ଏବଂ ହରିହରପୁର ପଂଚାୟତ କରଡା ଗ୍ରାମରେ ଛତୁ ଉତ୍ପାଦନ କେନ୍ଦ୍ର, ନନ୍ଦିଘୋର ପଞ୍ଚାୟତର ପେଟାପଲ୍ଲୀ ଠାରେ ନିର୍ମାଣ ହୋଇଥିବା ଖେଳପଡ଼ିଆ, ନନ୍ଦିଘୋର ନେଳିଆ ପୋଖରୀ ଏବଂ ପାଣିଖିଆ ପୋଖରୀ, ବେଡାପୋଖରୀ ନିର୍ମାଣ କାର୍ଯ୍ୟ ଦେଖିଥିଲେ । ସେଠାରୁ ରାବରା ଠାରେ ନିର୍ମାଣ ନୂତନ ପଂଚାୟତ ଗୃହ, ପନ୍ତିଖାରୀ ଶାସନ ଗ୍ରାମର ପଦ୍ମ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ, କୁରାଳ ହାଇସ୍କୁଲ ଠାରେ ଚାଲିଥିବା ଫାଇଭ-ଟି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ବିଡିଓ ସ୍ୱାତୀଲେଖା ଦାଶ, ତହସିଲଦାର ବିଜୟୀତା ସାମନ୍ତସିଂହାର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ବ୍ଳକ ସହକାରୀ ଯନ୍ତ୍ରୀ ଶରତ ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କ ପରିଦର୍ଶନ କାର୍ଯ୍ୟରେ ସାମିଲ ହୋଇଥିଲେ ।