ହେଡଲାଇନସ୍:

ଦୁଇ ବନ୍ଧୁଙ୍କୁ ଶିକ୍ଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର( ଶାସକ ପ୍ରଶାସକ): ଦୁଇ ବନ୍ଧୁ । ବାଣୀବିହାରର ସଭାପତି ପଦ ପାଇଁ ଦୁଇ ପ୍ରତିଦ୍ବନ୍ଦ୍ବୀ । ଜଣେ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଉ ଜଣେ ରାଜ୍ୟରେ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ । ଉତ୍କଳ ବିଶ୍ୱ ବିଦ୍ୟାଳୟର ଗୋଟିଏ ବ୍ୟାଚ | ଛାତ୍ର ସଂସଦ ନିର୍ବାଚନରେ ପରସ୍ପର ମୁକାବିଲା କରିଥିଲେ | ଘଟଣା କ୍ରମରେ ଆଜି ଦୁହେଁ ଦୁଇଟି ରାଜନୈତିକ ଦଳରେ ରାଜନୈତିକ ଯାତ୍ରା କରି ସ୍ଵ ସ୍ଵ କ୍ଷେତ୍ରରେ ସଫଳ |  ସିଏ ଲଗାତାର ମନ୍ତ୍ରୀ, ଇଏ ବି ଲଗାତାର ମନ୍ତ୍ରୀ | ଶ୍ରୀ ପ୍ରଧାନଙ୍କ ବିଭାଗ ବଦଳି ହୋଇ ମିଳିଛି ଶିକ୍ଷା, ଦକ୍ଷତା ବିକାଶ ଓ ଉଦୟମିତ | ଓଡିଶା ମନ୍ତ୍ରିମଣ୍ଡଳରେ ପ୍ରମୁଖ ସଦସ୍ୟ ଥିବା ଡ଼ ସାହୁଙ୍କ ହାତରେ ବି ଉଚ୍ଚଶିକ୍ଷା ସାଙ୍ଗକୁ କୃଷି କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ | 

ତେଣୁ ସଂଯୋଗବଶତଃ ଦୁଇ ପୁରୁଣା ସାଂଗଂକ ହାତରେ ଏବେ ଶିକ୍ଷା | ଦୁଇ ବନ୍ଧୁ ହାତ ମିଳାଇ ରାଜନୈତିକ ପ୍ରତିସ୍ପର୍ଦ୍ଧାକୁ କଡେଇ ଦେଇ ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଡବଲ ଇଂଜିନ ଲଗାଇ ସମ୍ଭାବନାର ଯୁଗ ସୃଷ୍ଟି କରିପାରିବେ ଵୋଲି ଆଶା କରାଯାଇପାରେ । 

0
0
0
s2sdefault