ହେଡଲାଇନସ୍:

ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍ ମହାନ୍ତିଙ୍କ ପୁଣି କୃତିତ୍ୱ : ଆଇ୍.ଏ.ଏ.ସି  ଜର୍ମାନୀର ଅନ୍ ଲାଇନ୍ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟ “ GOLD HONOUR ” ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍ ମହାନ୍ତି ଜ୍ୟୋତିବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତର୍ଜାତିକ ସଂସ୍ଥା ଆଇ୍.ଏ.ଏ.ସି (I.A.A.C) ଜର୍ମାନୀର ଅନ୍ ଲାଇନ୍ ପ୍ରତିଯୋଗିତାରେ ଅନ୍ତିମ ପର୍ଯ୍ୟାୟ ଉତ୍ତୀଣ୍ଣ ହୋଇ "GOLD HONOUR" ହାସଲ କରି ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। 

ଆଇ୍.ଏ.ଏ.ସି (I.A.A.C) ଜର୍ମାନୀ , ମହାକାଶ ଓ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ଗବେଷଣାରେ ସାରା ବିଶ୍ୱର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସ୍ୱାଗତ ଯୋଗ୍ୟ ପ୍ରୟାସ। 

ବିଶ୍ୱସ୍ତରୀୟ ଉକ୍ତ ସଂସ୍ଥା ଦ୍ୱାରା ପରିଚାଳିତ ମହାକାଶ ଓ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ମୂଳକ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟ ଉତ୍ତୀଣ୍ଣ ହୋଇ "GOLD HONOUR" ହାସଲ କରିବା ସହ ପ୍ରମାଣ ପତ୍ର ପାଇଛନ୍ତି ଲଗ୍ନଜିତ୍। 

ଲଗ୍ନଜିତ୍ ପୂର୍ବରୁ ମହାକାଶ ବିଜ୍ଞାନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି। ଏହି ସମ୍ବନ୍ଧରେ ତାଙ୍କ ସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ସଂଜୟ କୁମାର ରଥ , ଶିକ୍ଷୟିତ୍ରୀ ଏସ୍. ଶିରିସା ଉତ୍ସାହିତ ଓ ସହଯୋଗ କରିଥିଲେ। ଅଧ୍ୟକ୍ଷା ଶ୍ରୀମତି ସୁନିତା ପାଣିଗ୍ରାହୀ ଏହି ଦିଗରେ ତାଙ୍କୁ ପୂର୍ବରୁ ପ୍ରେରଣା ଦେଇ ଆସୁଛନ୍ତି। ଲଗ୍ନଜିତଙ୍କ ଏହି କୃତିତ୍ୱ ପାଇଁ ସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ସଂଜୟ କୁମାର ରଥ , ଶିକ୍ଷୟିତ୍ରୀ ଏସ୍. ଶିରିସା , ଅଧ୍ୟକ୍ଷା ଶ୍ରୀମତି ସୁନିତା ପାଣିଗ୍ରାହୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ ଜଣାଇଛନ୍ତି ।

0
0
0
s2sdefault