ହେଡଲାଇନସ୍:

ସେବାର ବିକଳ୍ପ ନାହିଁ:-ରମାକାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତିଭା ସମ୍ମାନ ଅନୁଷ୍ଠିତ 

ସମ୍ବଲପୁର :ମାତା ପିତାଙ୍କ ବିକଳ୍ପ ନଥିବାପରି ପ୍ରକୃତ ଜନ ସେବାର କୌଣସି ବିକଳ୍ପ ନଥାଏ। ଜଣେ ହୃଦୟବାନ ମଣିଷ କେବଲ ସେବାର ମହାନୁଭବତାକୁ ଅନୁଭବ କରିପାରେ ବୋଲି ମଙ୍ଗଳବାର ଅତାବିରା ନିକଟସ୍ଥ ଲାଦେର ପାଲି ଠାରେ ଥିବା ମାଁ ରାମଚଣ୍ଡୀ ମନ୍ଦିର ପରିସରେ ବରଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନ କଲ୍ଯାଣ ସେବା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ବଲପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା " ଶାସକ ପ୍ରଶାସକ " ଖବର କାଗଜର ପଶ୍ଚିମ ଓଡ଼ିଶା ମୁଖ୍ୟ ରମାକାନ୍ତ ବିଶ୍ବାଳ ତାଙ୍କ ବକ୍ତବ୍ୟରେ  ପ୍ରକାଶ କରିଥିଲେ। ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାସଙ୍କ ସଭାପତିତ୍ବ ଓ ଟ୍ରଷ୍ଟ ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡଃ ଅଜିତ କୁମାର ନାଥଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ଟ୍ରଷ୍ଟ ର ମୁଖ୍ୟ ପ୍ରଶାସନିକ ଅଧିକାରୀ କୈଳାସ ମହାରଣା,ସଂଯୋଜକ  ସାମ୍ବାଦିକ ହୃଷୀକେଶ ଖମାରୀ,ଉପ ସଭାପତି ଧର୍ମରାଜ ପ୍ରଧାନ  ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମହାମାରୀ କୋଭିଡର କରାଲ ବିଭିଷିକା ଲୋକଙ୍କ ଛାତିକୁ ଥରାଇ ଦେଉଥିବ  ବେଳେ ଅଞ୍ଚଳରେ ବିଭିନ୍ନ ପ୍ରକାର ର ସେବା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅନନ୍ୟ  ପ୍ରତିଭା ହାସଲ କରିଥିବା ତଥା  ସେବା କାର୍ଯ୍ୟ  ପାଇଁ ଅର୍ଥ  ଦାନ କରିବାର ଦୃଢ଼ ଇଚ୍ଛା ରଖୁଥିବା ବିନୋଦ ଅଗ୍ରୱାଲ, ଏବଂ ତାଙ୍କ ଧର୍ମ ପତ୍ନୀ ସ୍ମିତା ଅଗ୍ରୱାଲ,ସୁଶାନ୍ତ କର, ଅନୁସୂୟା ଦେବତା,ସୁରଭି ପ୍ରଧାନ,ସୁଷମା ସାହୁ,ପଦ୍ମିନୀ ବେହେରା,ସୁବାସ ପ୍ରଧାନ ଆଦି  ୮ଜଣ ଙ୍କୁ ଟ୍ରଷ୍ଟ ରେ ଆଜୀବନ ସଦସ୍ୟ ରୂପେ ସାମିଲ କରି ତାଙ୍କୁ ଉପଢୌକନ ସହ ଆଜୀବନ ସଦସ୍ୟତା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସ୍ମିତା ଅଗ୍ରୱାଲ, ଅନୁସୂୟା ଦେବତା,ସୁଷମା ସାହୁ କରୋନା ମହାମାରୀ ର ଭୟଙ୍କର ପରିସ୍ଥିତି ରେ ଲୋକେ ଘର ଭିତରେ ଆବଦ୍ଧ ରହି  ନିଜକୁ ସୁରକ୍ଷିତ ରଖିଥିବା ବେଳେ ମୃତ୍ୟୁକୁ ଭୟ ନକରି  ଘର ଘର ଗାଆଁ ଗାଆଁ ବୁଲି ଲୋକଙ୍କୁ ସେବା ଯୋଗାଉଥିବା  ଯୋଗୁଁ ତାଙ୍କୁ କରୋନା ଯୋଦ୍ଧା ଭାବେ  ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାରୋହରର ଉପସ୍ଥିତ ସାମ୍ବାଦିକଙ୍କ ଠାରୁ ଜାଣିଲା ପରେ ଟ୍ରଷ୍ଟ ର ପ୍ରତିଷ୍ଠାତା  ଦାସ ଝିଲିମିଣ୍ଡା ରେ ରହୁଥିବା  ଏକ ଅସହାୟ ଗରିବ  ପରିବାର  ୬ମାସ  ଧରି ଟ୍ରଷ୍ଟ ପକ୍ଷରୁ ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ସଂକଳ୍ପ କରିଥିଲେ।ଏହା ବ୍ୟତୀତ ମାଗଣାରେ ମହିଳା ମାନଙ୍କୁ ସିଲେଇ ଶିକ୍ଷା ଦିଆଯିବାର  ଉଦ୍ୟମ ଜାରି ରହିଥିବା।ଏମିତି ଅନେକ ସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଏହି ଜନ ସେବା କଲ୍ୟାଣ ଟ୍ରଷ୍ଟ ତାର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଚାଲିଥିବା ପ୍ରକାଶ କରିଥିଲେ।  ଲୋକ ସଂମ୍ପର୍କ ଅଧିକାରୀ ଡଃ.ନାଥ ଏଭଳି ଏକ ସମାଜ ସେବି ସଂଗଠନ ରେ ଅଧିକରୁ ଅଧିକ ଲୋକ ସାମିଲ ହୋଇ ସମାଜର ତଥା ଦେଶରେ ଅସହାୟ ଗରିବ ଙ୍କ ଦରଦୀ ବନ୍ଧୁ ସାଜିବା ପାଇଁ ଟ୍ରଷ୍ଟ ପକ୍ଷରୁ ଆହ୍ବାନ ଦେଇଥିଲେ ।ଶେଷରେ ସାମ୍ବାଦିକ ହୃଷୀକେଶ ଖମାରୀ ଧନ୍ୟବାଦ ଦେଇଥିଲେ।

0
0
0
s2sdefault