ହେଡଲାଇନସ୍:

୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ୬ ଲକ୍ଷ ଓଡିଆ ଯେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନପାଇବେ ସେଥିଲାଗି ଷଡଯନ୍ତ୍ର ହେଉଥିବା ଆଜି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଛବି ମାହାଲି । 

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମାହାଲି କହିଛନ୍ତି ଯେ ଶ୍ରୀ ହରିଚନ୍ଦନ କାହିଁକି ଓଡିଶା ବିରୋଧୀ? ସେ କାହିଁକି ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ବିରୋଧୀ? ସେ କାହିଁକି ଚାହୁଁ ନାହାଁନ୍ତି ଯେ ୬ ଲକ୍ଷ ଓଡିଆ କେବଳ ଏକ ମାସ ପାଇଁ ଆବାସ ପ୍ଲସ୍ ପୋର୍ଟାଲ୍ ଖୋଲି ସେମାନଙ୍କ ଘର ପାଆନ୍ତୁ? ପ୍ରଥମେ, ଶ୍ରୀ ହରିଚନ୍ଦନଙ୍କ ଦଳ କେବିକେ ଯୋଜନା, ବିଆରଜିଏଫ୍ ଯୋଜନା ବନ୍ଦ କରି ଏସ୍ଟି ପାଣ୍ଠିକୁ ବନ୍ଦ କରିଦେଲା ଏବଂ ବର୍ତ୍ତମାନ ରାଜ୍ୟର ଆଦିବାସୀ ତଥା ପଛୁଆ ଅଞ୍ଚଳ ପାଇଁ ଘର ଦେବାକୁ ବି ବନ୍ଦ କରୁଛନ୍ତି ।

ଯେତେବେଳେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଲୋକଙ୍କୁ ୬ ଲକ୍ଷ ଅଧିକ ଘର ଯୋଗାଇବାକୁ ଚାହୁଁଛନ୍ତି ସେତେବେଳେ ଶ୍ରୀ ହରିଚନ୍ଦନ ଏହାକୁ ଷଡଯନ୍ତ୍ର କରି ରୋକିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଏଭଳି ପଦକ୍ଷେପକୁ ସମର୍ଥନ କରିବା ଉଚିତ୍‍ । କେତେବେଳେ ଶ୍ରୀ ହରିଚନ୍ଦନ ଏବଂ ତାଙ୍କ ଦଳ ଏଭଳି ହୀନ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ଓଡ଼ିଶାର ସ୍ୱାର୍ଥ ପାଇଁ କଥା ହେବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି । ଆମେ ଦୃଢ ଭାବରେ ଦାବି କରୁଛୁ ଯେ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଗରିବ ଓ ଆଦିବାସୀ ଲୋକମାନଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ଶ୍ରୀ ହରିଚନ୍ଦନ ଯେଭଳି ଷଡଯନ୍ତ୍ର ରଚିଛନ୍ତି ସେଥିପାଇଁ ସେ ସେମାନଙ୍କ ନିକଟରୁ କ୍ଷମା ମାଗି ନିଅନ୍ତୁ ବୋଲି ଶ୍ରୀମତୀ ମାହାଲି କହିଛନ୍ତି ।

0
0
0
s2sdefault