ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ଼ ଉପଖଣ୍ଡ ନରେନ୍ ଗ୍ରାମ ର ଆଦିଶକ୍ତି ଦୁର୍ଗା ମନ୍ଦିର ପ୍ରାଙ୍ଗଣ ରେ ଆଦର୍ଶ ସାଂସ୍କୃତିକ ସଂଘ ତରଫରୁ ବୃକ୍ଷରୋପଣ ମହୋତ୍ସବ ପାଳନ ହୋଇଯାଇଛି। ବଲାଙ୍ଗୀର ନେହେରୁ ଯୁବକ ସଂଘ ର ନିର୍ଦ୍ଦେଶ ରେ ଟିଟିଲାଗଡ ବ୍ଲକ ଭଲେଣ୍ଟିଆର୍ ସରୋଜ ପୁଝାରୀ ଓ କିରଣ ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଟିଟିଲାଗଡ ତହସିଲଦାର ତଥା ଭରପ୍ରାପ୍ତ ଉପଜିଲ୍ଲାପାଳ ପ୍ରେମଲାଲ ହୀଆଲ , ବିଡିଓ ନବୀନ କୁମାର ନାୟକ, ଟିଟିଲାଗଡ ବନ ସଂରକ୍ଷଣ ର ରେଞ୍ଜର ଅମରିଶ ବୁଡେକ, ରେଞ୍ଜର ମନଫୁଲ ଭୋଇ, ସମାଜ ସେବୀ ସୁରେନ୍ଦ୍ର ରଣା , ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ପ୍ରମୁଖ ଉପସ୍ଥିତ ରହି ସ୍ଵହସ୍ତ ରେ ବୃକ୍ଷରୋପଣ କରିଥିଲେ। ଆଦର୍ଶ ସାଂସ୍କୃତିକ ସଂଘ ର ସଭାପତି ଥବିର ପୁଝାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭା ରେ ବରିଷ୍ଠ ସାମ୍ବାଦିକ ଜଗଦୀଶ ଜୈନ ମୁଖ୍ୟ ଅତିଥି , ବ୍ୟଙ୍ଗ କବି ଟିକେଲାଲ ବେହେରା ମୁଖ୍ୟ ବକ୍ତା, ସରପଞ୍ଚ ଗୋଲକ ସିଂହ ଭୋଇ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱରୀ ମାଝୀ, ଅନେକ ପୁରୁଷ , ମହିଳା, ଶିଶୁ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।
ରାଜ୍ୟ
ଆଦର୍ଶ ସାଂସ୍କୃତିକ ସଂଘର ବୃକ୍ଷରୋପଣ ମହୋତ୍ସବ।
- Hits: 333