ଭୁବନେଶ୍ୱର(ଶାସକ ପ୍ରଶାସକ) :ଭୁବନେଶ୍ୱର ଏମସ୍ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞୁର କରିଛନ୍ତି ।।
ଏହି କେନ୍ଦ୍ର ରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି । ଏମସ୍ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନ ର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଏସସିବି ମେଡିକାଲ କଲେଜ କଟକ, ଏମକେସିଜି ମେଡିକାଲ କଲେଜ ବ୍ରହ୍ମପୁର ଏବଂ ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି ।
ସାରା ରାଜ୍ୟରେ ବର୍ତ୍ତମାନ 338ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ଆପଦ ସମୟରେ ଲୋକଙ୍କୁ ସେବା ଯୋଗାଉଛି