କଲ୍ୟାଣସିଂହପୁର//ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଚାଲୁଥିବା ମୁଖ୍ୟ ରାସ୍ତା କାର୍ଯ୍ୟରେ ବାରମ୍ବାର ମୁଖ୍ୟ ପାଇପ ଫାଟି ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି । ପୂର୍ତ୍ତି ବିଭାଗ ପକ୍ଷରୁ ଚାଲୁଥିବା ରାଜ୍ୟ ରାଜପଥ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ କରିବା ପାଇଁ ଜେସିବି ଦ୍ୱାରା ଗାତ ଖଳା ଯାଉଛି ।ଯାହାଫଳରେ ଗ୍ରାମ୍ୟ ଜଳବିଭାଗ ଅଧିକାରୀ ଓ କନିଷ୍ଠଯନ୍ତ୍ରୀ ଉପସ୍ଥିତ ନରହି କାର୍ଯ୍ୟ କରୁଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମୁଖ୍ୟ ପାଇପ ଲାଇନ ଗୁଡିକ ଉପାଡି ହୋଇ ଯାଉଛି । ଯାହା ଦ୍ୱାରା ପାନୀୟ ଜଳ ଅପଚୟ ହେଉଛି ।ଏଥି ପାଇଁ ଗ୍ରାମବାସୀ ପାନୀୟ ଜଳ ପାଇଁ ଅସୁବିଧା ରେ ସମୁଖୀନ ହେଉଛନ୍ତି ।
ଡ୍ରେନ ଖୋଳିବା ସମୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ କରିବା ପାଇଁ ସାଧାରଣରେ ଦବୀହେଉଛି । ବର୍ତ୍ତମାନ ଉପାଡି ଦେଇଥିବା ପାଇପ କୁ ତୁରନ୍ତ ମରାମତି କରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି ।