ହେଡଲାଇନସ୍:

କୃଷି ବିଭାଗ ପକ୍ଷରୁ ଡିବିିଟି ପ୍ରଦାନ ନିମନ୍ତେ ନୂତନ ଏସ୍ଓପି ଜାରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଦର୍ଶନ କାର୍ଯ୍ୟକ୍ରମରେ ଚାଷୀଙ୍କୁ କୃଷି ସାମଗ୍ରୀ ବଦଳରେ ଡିବିଟି ମାଧ୍ୟମରେ ଅର୍ଥ ସହାୟତା ଦିଆଯିବ

ଭୁବନେଶ୍ୱର: ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର, କୀଟନାଶକ ଔଷଧ, ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବା ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ପସନ୍ଦର କୃଷି ସାମଗ୍ରୀ କିଣିବାକୁ ସ୍ୱତନ୍ତ୍ରତା ମିଳିବା ସହିତ ଏଥିରେ ଅଧିକ ସ୍ୱଚ୍ଛତା ଅଣାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶାନୁସାରେ ବିଭାଗ ପକ୍ଷରୁ ପ୍ରଦର୍ଶନ କାର୍ଯ୍ୟକ୍ରମରେ ହିତାଥିକାରୀଙ୍କୁ ଡିବିଟି ପ୍ରଦାନ କ୍ଷେତ୍ରରେ ନୂତନ ଏସ୍ଓପି ଜାରି କରାଯାଇଛିା

ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାରେ ଯଥା ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଜାତୀୟ ଉଦ୍ୟାନ କୃଷି ମିଶନ ଆଦିରେ ଅଣୁସାର ଏବଂ କୀଟଦମନ ନିମନ୍ତେ କୀଟନାଶକରେ ରିହାତି ଯୋଗାଇ ଦିଆଯାଉଛିା ମାଟିର ଉର୍ବରତା ନିମନ୍ତେ ଅଣୁସାର ପାଇଁ ସର୍ବାଧିକ ୨ ହେକଫର ଜମି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛିା ଏଥିରେ ଚାଷୀମାନେ ନିଜ ପସନ୍ଦ ମୁତାବକ ଅଣୁସାର, କୀଟନାଶକ, ଜିପସମ୍, ବାୟୋ ଫର୍ଟିଲାଇଜର, ଅର୍ଗାନିକ୍ ସାର ଆଦି କ୍ରୟ କରିବାର ସୁଯୋଗ ପାଉଥିଲେ ଓ ବିଭାଗ ପକ୍ଷରୁ ଏହାର ରିହାତି ଡିବିଟି ମାଧ୍ୟମରେ ପାଉଥିଲୋ

ଅପର ପକ୍ଷରେ ପ୍ରଦର୍ଶନ କାର୍ଯ୍ୟକ୍ରମର ବିଭିନ୍ନ ଯୋଜନାରେ ଆବଶ୍ୟକୀୟ କୃଷି ସାମଗ୍ରୀ ବିଭାଗ ପକ୍ଷରୁ କ୍ରୟ କରାଯାଇ ଏ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିଲାା କ୍ଷେତ୍ର କୃଷି ଅଧିକାରୀମାନେ ଟେଣ୍ଡର ମାଧ୍ୟମରେ ଅଣୁସାର, କୀଟନାଶକ, ତୃଣନାଶକ କ୍ରୟ କରି ହିତାଧିକାରୀମାନଙ୍କୁ ବଣ୍ଟନର ବ୍ୟବସ୍ଥା ଥିଲାା ମାତ୍ର ଏଥିରେ ଚାଷୀଙ୍କୁ ତାଙ୍କ ପସନ୍ଦର କୃଷି ସାମଗ୍ରୀ ଆଦି କ୍ରୟ ଓ ବ୍ୟବହାର ନିମନ୍ତେ ସୁଯୋଗ ମିଳୁନଥିଲାା ନୂତନ ବ୍ୟବସ୍ଥାରେ ଚାଷୀମାନଙ୍କୁ ସେମାନେ ଚାହୁଁଥିବା ଅଣୁସାର, କୀଟନାଶକ ଆଦି କ୍ରୟ କରିବା ନିମନ୍ତେ ସୁଯୋଗ ମିଳିବ ଏବଂ କ୍ରୟ ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ହିତାଥଧିକାରୀଙ୍କୁ ପ୍ରଦାନ କରାଯିବା ଏହା ଫଳରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ମିଳୁଥିବା ରିହାତି ଡିବିଟି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିାଧାସଳଖ ହସ୍ତାନ୍ତର କରାଯିବା

0
0
0
s2sdefault