ହେଡଲାଇନସ୍:

ବାଘମୁଣ୍ଡ-ଗେର୍ଡା ରାସ୍ତା ଅଚଳ: ପ୍ରଶାସନ ନିଦା ବ୍ରିଷ୍ଣୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନିକ ଅବହେଳା ଓ ରାଜନୈତିକ ଉଦାସୀନତା ପାଇଁ  ଅଭିଶାପ ପାଲଟିଛି ରାସ୍ତା  

ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ପାଟଣାଗଡ଼ ବ୍ଲକ ଗେର୍ଡା ଗ୍ରାମ ପଞ୍ଚାୟତରୁ 'ବାଘମୁଣ୍ଡ' ଯିବାର ରାସ୍ତାଟି ଆଜିକୁ ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ତଥା ଅଚଳ ଅବସ୍ଥାରେ ପଡ଼ିରହିଛି ! ଅପରପକ୍ଷେ,ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଠାରେ  ଅଭିଯୋଗ କଲେ ମଧ୍ୟ କାହିଁକି ଆଖିକୁ ଦେଖାଯାଉନିକି କାନକୁ ଶୁଣାଯାଉ ନାହିଁ ତାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ  ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି !!

 ଘଟଣାରୁ ପ୍ରକାଶ ,ଏହି ରାସ୍ତା ଦେଇ  ଯିବା ଆସିବା କରୁଥିବା ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବା ସହ ଦୁର୍ଘଟଣାର ଶିକାର ହେଉଥିବା ଏହି ରାସ୍ତା ପାଇଁ ନିତିଦିନିଆ ଘଟଣାରେ ପରିଣତ ହୋଇଛି | ବିଶେଷ କରି ଏହି ରାସ୍ତାଦେଇ ସ୍କୁଲ କଲେଜ ପଢୁଥିବା ଛାତ୍ର ଛାତ୍ରୀ ଏବଂ ଚାକିରିଆଙ୍କ ଯିବା ଆସିବା  ରାସ୍ତା କହିଲେ କିଛି ଭୁଲ ହେବ ନାହିଁ | ହେଲେ ଆଉ କିଛି ସ୍ଥାନୀୟ ଲୋକେ ଅସନ୍ତୋଷ ଭରା କଣ୍ଠରେ ପ୍ରକାଶ କରିଛନ୍ତି , ଆମ ଅଞ୍ଚଳ ବାସୀଙ୍କର ପାଇଁ ଏହି ରାସ୍ତାଟି ଅଭିଶପ୍ତ ଏବଂ ଯମପୁର କୁ ଯିବାର ରାସ୍ତା ଅଟେ ବୋଲି | ତେବେ ଅନୁସନ୍ଧାନରୁ ଜଣାଗଲାଯେ ଅଞ୍ଚଳ ବାସୀଙ୍କର ବାରମ୍ବାର ଅଭିଯୋଗ କରିବା ବି କିଛି ଫଳପ୍ରଦ ହେଉନାହିଁ ! ଫଳରେ ଆଖି ଆଗରେ ରାସ୍ତାଟିଏ ଥାଇବି ସୁରକ୍ଷିତ ଭାବରେ ଯାଇଆସି ହେଉନାହିଁ !ବର୍ତ୍ତମାନ ସ୍ଥିତିରେ ଯିବା ଆସିବା କଲେ ଅଘଟଣ ଘଟିବା ନିଶ୍ଚିତ ମନେ ହୁଏ | ତେଣୁକରି ଏହି ରାସ୍ତାଟି ପ୍ରଶାସନିକ ଅବହେଳା ଓ ରାଜନୈତିକ ଉଦାସୀନତା କାରଣରୁ  ଲୋକଙ୍କ ପାଇଁ ଅଭିଶପ୍ତ ହୋଇପଡିଛି  ! ଉଚ୍ଚ କତ୍ତୃପକ୍ଷଙ୍କ ଠାରେ ଏକାଧିକ ବାର ଅଭିଯୋଗ କଲେ ମଧ୍ୟ କିଛି ଫଳପ୍ରଦ ହେଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିବାରେ ଲାଗିଛି | ଆହୁରି ମଧ୍ୟ,ଏହି ରାସ୍ତା ଦେଇ ସରକାରୀ ବାବୁ ଏବଂ ରାଜନେତା ମାନେ ଦେଖିକି ଯାଉଥିଲେବି  ସେମାନଙ୍କ ଆଖିରେ ବୋଧେ ପଡୁନାହିଁ | କିଛି ଲାଭ ହେଉନାହିଁ  | ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା  କରାଯାଇଥିଲେ ସୁଦ୍ଧା ସମ୍ଭବପର ହୋଇନଥିଲା |   ଲୋକଙ୍କ ଭିତରେ ହେଉଥିବା ଅନୁଯାୟୀ କୁଆଡେ ରାଜନୈତିକ ବାଦ ବିବାଦ ପାଇଁ ରାସ୍ତାର କାମ ହେଉନାହିଁ ! ତେବେ ରାଜନୈତିକ ବିବାଦ ପାଇଁ ସର୍ବ ସାଧାରଣଙ୍କ ପାଇଁ ଉଦିଷ୍ଟ 'ରାସ୍ତା' କାହିଁକି ବଳି ପଡ଼ିବ ? ଲୋକଙ୍କ ଓ କୋମଲମତି ଛାତ୍ର ଛାତ୍ରୀଙ୍କର ଜୀବନ ସହ ଖେଳିବା କେତେଦୂର ସମିଚୀନ !!!! ତୁରନ୍ତ ପ୍ରଶାସନ ଏହି ରାସ୍ତାକୁ ଲୋକଙ୍କ ଗମନ ଉପଯୋଗୀ କରିବା  ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି | 

 

0
0
0
s2sdefault