ବଲାଙ୍ଗୀର / ନିରୋଜ ମିଶ୍ର : କରୋନା କଟକଣାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥ ନିର୍ମାଣ କିମ୍ବା ରଥ ଟଣା ହେବନାହିଁ । ଏ ସଂକ୍ରାନ୍ତରେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଘୋଷଣା କରିଛନ୍ତି । ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ରଥଯାତ୍ରା କମିଟି ସଦସ୍ୟ, ମନ୍ଦିର ପୃଷ୍ଠପୋଷକ, ସେବାୟତ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ କରାଯାଇଥିବା ଘୋଷଣା ଅନୁସାରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମୁକାବିଲା ପାଇଁ ଜାରି କଟକଣା ହେତୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ତା୧୦/୦୬/୨୦୨୧ ଏବଂ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମନ୍ଦିରମାନଙ୍କରେ ରଥ ନିର୍ମାଣ କିମ୍ବା ରଥ ଟଣା ହେବନାହିଁ । ନିରାଡମ୍ବର ଭାବେ ବିନା ଭକ୍ତ ଜନ ସମାବେଶରେ କେବଳ ପରମ୍ପରା ଏବଂ ବିଧିରକ୍ଷା ପୂର୍ବକ ମନ୍ଦିର ପରିସରରେ ୧୦ରୁ ୧୫ ଜଣ ଅନୁମତିପ୍ରାପ୍ତ ମନ୍ଦିର ସେବାୟତଙ୍କୁ ନେଇ ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ପର୍ବ ପାଳନ ପାଇଁ ଉଦ୍ଦିଷ୍ଟ ନୀତିକାନ୍ତି ମୁହଁରେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖି ଆୟୋଜନ କରିବେ । ଏଥି ସକାଶେ ପ୍ରଶାସନ ପକ୍ଷରୁ ବଲାଙ୍ଗିର ସହର ଏବଂ ଉପଖଣ୍ଡ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।
ରାଜ୍ୟ
ରଥ ନିର୍ମାଣ କିମ୍ବା ରଥ ଟଣା ହେବନାହିଁ
- Hits: 361