ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ଜାତୀୟସ୍ତରୀୟ ଓ୍ୱବିନାର
କୋଭିଡ୍ ମହାମାରୀ ସତ୍ତ୍ୱେ ସମବାୟ ବିଭାଗ ଚାଷୀଙ୍କ ହିତରେ କାର୍ଯ୍ୟକ୍ରମ ଜାରି ରଖିଛି
ଭୁବନେଶ୍ୱର(ଶାସକ ପ୍ରଶାସକ)-କରୋନା ପ୍ରଭାବିତ ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ସବୁବର୍ଗର ଲୋକଙ୍କ ସମ୍ମିଳିତ ପ୍ରୟାସ ଲୋଡ଼ାା କରୋନା ବିପତ୍ତିକୁ ଏକୁଟିଆ ମୁକାବିଲା କରାଯାଇପାରିବ ନାହିାଁ ସମବାୟର ନୀତି ଓ ଆଦର୍ଶରେ ପରିଚାଳିତ ହୋଇ ସମବେତ ପ୍ରଚେଷ୍ଟାରେ ପୁନର୍ଗଠନ କାର୍ଯ୍ୟକୁ ଆଗେଇ ନେବାକୁ ପଡ଼ିବ ବୋଲି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା
ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍ ଦ୍ୱାରା ଆୟୋଜିତ ଏକ ଜାତୀୟ ସ୍ତରର ସେମିନାରରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଭାରତବର୍ଷର ବିଶାଳ ଯୁବଶକ୍ତିକୁ ସମବାୟ ଆଦର୍ଶରେ ସାମିଲ କରି ସେମାନଙ୍କୁ ସମବାୟ ଭାବନାରେ ପୁନର୍ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଅନୁପ୍ରେରିତ କରିବା ଆବଶ୍ୟକା କୋଭିଡ୍-୧୯ ସ୍ଥିତିରେ ଲକ୍ଡାଉନ୍ ଜାରି କରାଯାଇଥିବାବେଳେ ସମବାୟ ବିଭାଗ ପକ୍ଷରୁ କୃଷକମାନଙ୍କୁ ଠିକ୍ ସମୟରେ ଫସଲ ଋଣ ଯୋଗାଣ ସହ ବିହନ ଓ ସାର ଯୋଗାଇ ଦେଇ କୃଷିକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିଥିଲାା
ରାଜ୍ୟରେ ଫସଲ ଋଣର ୬୫ ପ୍ରତିଶତରୁ ଅଧିକ ସମବାୟ ସଂସ୍ଥା ଦ୍ୱାରା ଯୋଗାଇ ଦିଆଯାଉଥିବାବେଳେ କୋଭିଡ୍-୧୯ ସମୟରେ ୮୩୦୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯାଇଥିଲା ଏବଂ ଚଳିତ ଖରିଫରେ ୯୦୦୦ କୋଟି ଟଙ୍କା ଖରିଫ ଋଣ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛିା ଫଳ ସ୍ୱରୂପ ୨୦୨୦-୨୧ ଖରିଫ ବିପଣନ ଋତୁରେ ରେକର୍ଡ ପରିମାଣର ୭୭ ଲକ୍ଷ ମେଟି୍ରକ୍ ଟନ ଖରିଫ ଓ ରବିଧାନ ସଂଗ୍ରହ କରାଯାଇ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୪,୦୦୦ କୋଟି ଟଙ୍କା ପଇଠ କରାଯାଇଥିଲାା
ଓ୍ୱବିନାରରେ ଭାରତୀୟ ଜାତୀୟ ସମବାୟ ୟୁନିୟନର ଶ୍ରୀମତୀ ସାବିତ୍ରୀ ସିଂ ଯୋଗଦେଇ କୋଭିଡ୍-୧୯ ସ୍ଥିତିରେ ସମବାୟର ଉଲ୍ଲେଖନୀୟ ଭୂମିକା ସଂପର୍କରେ ଆଲୋଚନା କରିଥିବାବେଳେ ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନା ସମବାୟ କ୍ଷେତ୍ରରେ ଓମ୍ଫେଡ଼ର ଭୂମିକା ସଂପର୍କରେ ଆଲୋଚନା କରିଥିଲୋ ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ କୃଷି କ୍ଷେତ୍ରରେ ପ୍ୟାକ୍ସ ଓ ଲ୍ୟାମ୍ପସର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲୋ ଓ୍ୱବିନାରରେ ଅନ୍ୟମାନଙ୍କ ମଧ୍ୟରେ ଡ. ଅନନ୍ତ କୁମାର ରାୟ ଏବଂ ଏସ୍. ଘୋଷ ପ୍ରମୁଖ ଭାଗନେଇ ସମବାୟ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣର ଉପଯୋଗିତା ସଂପର୍କରେ କହିଥିଲୋ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍ ପ୍ରଶାସିକା ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକ େଓ୍ୱବିନାରକୁ ପରିଚାଳନା କରିଥିଲୋ