ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଆଖପାଖରେ ସବୁଜିମା ସୃଷ୍ଟିର ସଂକଳ୍ପ ନେଇ ନିରବଛିନ୍ନ ଭାବେ କାର୍ଯ୍ୟ କରିଆସୁଥିବା ଗ୍ରୀନ୍ ୱାଲ୍ଡ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଗ୍ରୀନ୍-୨୧ । କେବଳ ଗଛ ଲଗାଇବା ନୁହେଁ, ଗଛକୁ ଲଗାଇ ତାକୁ ଲାଳନପାଳନ କରି ବଡ କରିବାରେ ବିଶ୍ୱାସ ରଖି ଏହି ଅନୁଷ୍ଠାନ ପ୍ରତିବର୍ଷ ତାର ଅଭିଯାନ ଜାରି ରଖିଆସିଛି |
ଚଳିତ ବର୍ଷ ୧ହଜାର ବୃକ୍ଷ ଲଗାଇ ଏହାକୁ ବଂଚାଇବାର ସଂକଳ୍ପ ନେଇ ଆରମ୍ଭ ହୋଇଥିବା ଚଳିତ ବର୍ଷର ଅଭିଯାନ ଅନ୍ତର୍ଗତ ଅନୁଷ୍ଠାନ ପକ୍ଷରୁ ବୋତଣ୍ଡା ନିକଟ ଲବଣଗିରି ପାହାଡ଼ରେ ୨ଶହ ଚାରା ରୋପଣ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ତଥା ଯୁବ ପରିବେଶପ୍ରେମୀ ନୃପେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏଥିରେ ଅନ୍ୟ ଅତିଥି ଭାବେ କ୍ୟାପ୍ଟେନ୍ ମନ୍ମଥ ରାଉତରାୟ, ରୋଟାରୀ କ୍ଲବ କଳିଙ୍ଗର ସଭାପତି ଆର୍ ଏନ୍ ପଟ୍ଟନାୟକ, ରୋଟାରୀ ଇନର ହୁଇଲର ସମ୍ପାଦିକା ମମତା ରଥ, ସମାଜସେବୀ ହାଡ଼ିବନ୍ଧୁ ପଟ୍ଟନାୟକ, ସ୍ଥାନୀୟ ଅଂଚଳର ବହୁ ମୁରବୀ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଲବଣଗିରିରେ ଲଗାଯାଇଥିବା ଏହି ଗଛକୁ ସୁରକ୍ଷା ଦିଆଯିବା ସହ ବଚାଂଇ ରଖିବା ପାଇଁ ନିୟମିତ ପାଣି ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି "ଗ୍ରୀନୱାର୍ଲଡ"ର ଅଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।