ହେଡଲାଇନସ୍:

କୋଭିଡ ସ୍ଥିତି ପରିଚାଳନା ସମ୍ପର୍କିତ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ: ଟୀକାକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲାରେ ୨ୟ ଲହର କୋଭିଡ ସଂକ୍ରମଣ ହାର ୫ପ୍ରତିଶତରୁ ଅଧିକ ରହୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ  କ୍ରମେ କୋଭିଡ ମାର୍ଗଦର୍ଶିକା ନିୟମ ପାଳନ ଅନୁସାରେ ଲକଡାଉନ ଅବଧିକୁ ଚଳିତ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରସାଶନ ତତ୍ୱାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପରିଚାଳିତ କୋଭିଡ କେୟାର କେନ୍ଦ୍ର / କୋଭିଡ ଚିକିତ୍ସା କେନ୍ଦ୍ର / କୋଭିଡ ଟେଷ୍ଟିଂ ଏବଂ ଟୀକାକରଣ ତଥା ଆନୁସଙ୍ଗିକ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ବିଶେଷ କରି ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପ୍ରତ୍ୟେକ ଟୀକା କରଣ କେନ୍ଦ୍ରରେ ଆବଶ୍ୟକ ଚାହିଦା ଅନୁସାରେ ଦୈନନ୍ଦିନ କାର୍ଯ୍ୟଖସଡା ପ୍ରସ୍ତୁତ କରି ଟୀକାକରଣ କେନ୍ଦ୍ରରେ ଅଯଥା ଗହଳିକୁ ହ୍ରାସ କରିବା ପାଇଁ ଟୀକା କରଣ ଦିବସର ୨ଦିନ ପୂର୍ବରୁ ଜନସାଧାରଣଙ୍କୁ ଜଣାଇବା ଦିଗରେ ବିହିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ବିଶେଷ କରି ଗ୍ରାମାଂଚଳ ଟିକା କରଣ କେନ୍ଦ୍ର ମାନଙ୍କରେ ସୁବ୍ୟବସ୍ଥା ସହିତ ଟୀକା କରଣ କାର୍ଯ୍ୟ ସୁପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଦିଗରେ ସମସ୍ତ ବ୍ଲକ / ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୀକା କରଣ କାର୍ଯ୍ୟକ୍ରମକୁ ତଦାରଖ / ଅନୁଧ୍ୟାନ କରିବାକୁ ନିଦେ୍ର୍ଧଶ ଦେବା ସହିତ, ଟୀକାକରଣରେ ଯେପରି କୌଣଷି ଅସୁବିଧା ନହେବ, ସେଥିପ୍ରତି ଦୃଷ୍ଟିି ଦେବାକୁ ଗୁରୁତ୍ୱାରୋପ କରାଯାଇଛି । ଏଥି ସହିତ ବୈଠକରେ ପିଆରଏମ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟକ୍ଷମ କରାଯାଇଥିବା ୮୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ଆଇସୋଲେସନ ୱାର୍ଡର କାର୍ଯ୍ୟକାରୀତା ସମ୍ପର୍କରେ ମଧ୍ୟ ଆଲୋଚନା ମୂଳକ ସମୀକ୍ଷା କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାରେ କୋଭିଡ ଚିକିତ୍ସାର ସୁବନେ୍ଦାବସ୍ତ ପାଇଁ ୧୮୦ ଶର୍ଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡର ସୁବିଧା ଉପଯୋଗ ସହିତ ଏକ ସ୍ୱତନ୍ତ୍ର କୋଭିଡ ହସପିଟାଲ କାର୍ଯ୍ୟକାରୀ କରାଯିବା ପାଇଁ ସମସ୍ତ ଭିତ୍ତିଭୂମୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ପ୍ରସ୍ତୁତ ରଖିବା ପାଇଁ ପିଆରଏମ ମେଡିକାଲ କଲେଜର ଅଧିକ୍ଷକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି । 

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୁଦ୍ରନାରାୟଣ ମହାନ୍ତି, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶିକା  ପି. ଅନ୍ୱେଷା ରେଡ୍ଡି, ବାରିପଦା ପିଏ ଆଇଟିଡିଏ ବସନ୍ତ କୁମାର ସେଠୀ, ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟୀ କଲେକ୍ଟର ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା. ଋୂପଭାନୁମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା. ସୁନନ୍ଦା ମିଶ୍ର, କୋଭିଡ ନୋଡାଲ ଅଧିକାରୀ ଡା. ଜ୍ଞାନରଞ୍ଜନ ମହାନ୍ତି, ଡା. ନୀହାର ରଞ୍ଜନ ଦାସ, ଡା. ଚାରୁବାଳା ରଥ, ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।  

 

0
0
0
s2sdefault